ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ୫ ଜିଲାକୁ ଅଧିକ ଫୋକସ୍‌

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କୋଭିଡ ମୁକାବିଲା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୫ ଜିଲାକୁ ଅଧିକ ଫୋକସ କରାଯାଇଛି। ଫୋକସ ଜିଲାର ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ଜିଲାଗୁଡିକ ହେଲା ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା।ଏହି ଅବସରରେ ଜିଲାକୁ ଅଧିକ ପ୍ରବାସୀଙ୍କ ଆଗମନ ଯୋଗୁ ପରିସ୍ଥିତି ଆହ୍ବାନମୂଳକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗଞ୍ଜାମ ଜିଲାରେ ଅଧିକ ମାନବସମ୍ଭଳ ସହ ଭିତ୍ତିଭୂମି ସୁଦୃଢ଼ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।