ସଡ଼କ ସୁରକ୍ଷା ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ସୋମବାରଠାରୁ ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହା ଜାନୁୟାରୀ ୧୮ରୁ ଫେବୃୟାରୀ ୧୭ ତାରିଖ ଯାଏ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି କହିଛନ୍ତି ଯେ ବେପରୁଆ ଗାଡ଼ିିଚାଳନା ଏବଂ ସଡ଼କକୁ ଅସୁରକ୍ଷିତ ଭାବେ ବ୍ୟବହାର ଦ୍ୱାରା ଦୁର୍ଘଟଣା ବଢୁଛି। ଆମର ଓ ଅନ୍ୟମାନଙ୍କର ଜୀବନ ବିପନ୍ନ ହେଉଛି। ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ପ୍ରତ୍ୟେକ ବ୍ୟକ୍ତି ସଡ଼କ ସୁରକ୍ଷା ନିୟମକୁ ସହୃଦୟତାର ସହ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି।