ଓଡ଼ିଶା ଦିବସ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୪(ବ୍ୟୁରୋ): କଳିଙ୍ଗ, ଉତ୍କଳ ପରେ ଓଡ଼ିଶା ନାମରେ ପରିଚିତ ଏହି ପବିତ୍ର ଭୂଖଣ୍ଡ ୧୯୩୬ ଏପ୍ରିଲ ୧ରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ସେବେଠାରୁ ଏହି ଦିବସକୁ ଉତ୍କଳ ଦିବସ, ଆଉ ଏବେ ଓଡ଼ିଶା ଦିବସ ଭାବେ ପାଳନ କରାଯାଉଛି। ୮୮ବର୍ଷ ଧରି ଓଡ଼ିଶାର ଜନ୍ମଦିନ ପାଳନ କରି ସ୍ବତନ୍ତ୍ରତାକୁ ଆଜି ମନେ ପକାଉଛନ୍ତି ଓଡ଼ିଶାବାସୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ”ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି,
ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା“।