ଆଜି ଲକ୍ଷ୍ମୀ ବସ୍‌ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୨ା୧୦(ଦୁର୍ଯ୍ୟୋଧନ ପାତ୍ର)ଲକ୍ଷ୍ମୀ ବସ୍‌ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମାଲକାନଗିରି ଜିଲାରୁ ଶୁଭାରମ୍ଭ କରିବେ। ଏହାକୁ ନେଇ ଜିଲାରେ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି। ମାଲକାନଗିରି ସହରରେ ଥିବା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିବାରୁ ସେଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ ୧୧ଟା ୩୫ ମିନିଟ୍‌ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୨ଟା ୨୦ ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି। ବସ୍‌ ସେବା ଉଦ୍‌ଘାଟନ ପରେ ମୁଖ୍ୟମନ୍ତ୍ରୀ ବସ୍‌ରେ ଷ୍ଟାଡିୟମଠାରୁ ଏମ୍‌ଭି ୩ରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପ ପର୍ଯ୍ୟନ୍ତ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି।
ସୁରକ୍ଷା ଦୃଷ୍ଟିରୁ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ଜିଲାର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଅନ୍ୟପଟେ ଏହି ଯୋଜାନାର ଠିକ୍‌ କାର୍ଯ୍ୟକାରିତା ପାଇଁ ସମସ୍ତ ବସ୍‌ର ଗତିପଥ ନିର୍ଦ୍ଧାରଣ କରାଯାଇଛି। ଏହାସହ ଲକ୍ଷ୍ମୀ ବସ୍‌ ନିମନ୍ତେ ଜିଲାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବସ୍‌ ଷ୍ଟପ୍‌ମାନ କରାଯାଇଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ଜିଲା ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି।
ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମାଲକାନଗିରିରେ ପହଞ୍ଚି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି। ଦାସ ଜିଲାରେ ପହଞ୍ଚି ଦଳୀୟ ନେତୃମଣ୍ଡଳୀଙ୍କ ସହ କାର୍ଯ୍ୟକ୍ରମ ସ୍ଥାନରେ ସମୀକ୍ଷା ବୈଠକ କରିଛନ୍ତି। ବସ୍‌ ସେବାର ଶୁଭାରମ୍ଭ ନେଇ ଜିଲାବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଟିଆ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ଘରମାଲିକ

କେନ୍ଦୁଝର,୧୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୁରୀ ଜିଲା ତାଳବଣିଆ…

ଭାରତର ଗୁରୁତ୍ୱକୁ ଅନୁଭବ କରୁଛି ବାଂଲାଦେଶ, ଏବେ କରୁଛି ଏମିତି ଚିନ୍ତା

ଢାକା,୧୧।୫: ବାଂଲାଦେଶ ଏବେ ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି। ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଜଣେ ବରିଷ୍ଠ ପରାମର୍ଶଦାତାଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ବିବୃତ୍ତି ପ୍ରକାଶ…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

ମୋଦିଙ୍କ ବଡ଼ ଉପଦେଶ, କହିଲେ ଘରୁ ରହି କାମ କରିବାକୁ…

ନୂଆଦିଲ୍ଲୀ,୧୧।୫:  ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବିଶ୍ୱ ବଜାରରେ ତୈଳ ସଙ୍କଟ ଦେଖାଦେଇଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଆଶଙ୍କା କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ଆମେରିକାକୁ କଡ଼ା ଜବାବ ଦେଲା ଇରାନ!

ତେହରାନ,୧୧।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ…

ରାହୁଲଙ୍କୁ ମହଙ୍ଗା ପଡ଼ିଲା ଥାଲାପତିଙ୍କ ସହ ଇନଷ୍ଟା ରିଲ ଶେୟାର କରିବା

ନୂଆଦିଲ୍ଲୀ,୧୧।୫: ତାମିଲନାଡୁରେ ବିଜୟ ଥାଲାପତିଙ୍କ ଶପଥ ଗ୍ରହଣ ସମାରୋହ ସମୟରେ, ଟିଭିକେ ମୁଖ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମଞ୍ଚ ଉପରେ ଏକ ରିଲ…

ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ମାରିବା ପାଇଁ ସ୍ବାମୀଙ୍କ ଉଦ୍ୟମ, ଜ୍ୱାଇଁଙ୍କୁ ମାଡ଼ ମାରି ଶ୍ୱଶୁର ଘର ଲୋକେ…

ମହାକାଳପଡ଼ା,୧୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ଖରିନାଶୀ ଗ୍ରାମର ମନୋରଞ୍ଜନ ଗିରି ୧୪ ବର୍ଷ ପୂର୍ବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri