ହଠାତ୍‌ ପଇଡ଼ ପିଇବାକୁ ଅଟକିଗଲେ ମୁଖ୍ୟମନ୍ତ୍ରୀ: ପକେଟ୍‌ରୁ କାଢି ଦୋକାନୀଙ୍କୁ ଦେଇଦେଲେ ଏତିକି ଟଙ୍କା

ପୁରୀ,୧୩।୧୦: ମହାକାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀକ୍ଷେତ୍ରରେ ରହି ହବିଷିଆଳିମାନେ ପୁରୀରେ ବ୍ରତ ପାଳନ କରୁଛନ୍ତି। ବିଭିନ୍ନ ହବିଷିଆଳି କେନ୍ଦ୍ରରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ସୁବିଧା ଯୋଗାଇ ଦିଆଯାଉଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ନିମନ୍ତେ ପୁରୀ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧୨ଟାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଚାଲିଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ‘ସନ୍ଦର୍ଭ ମେ ଭାରତୀୟ ଜ୍ଞାନ ପରମ୍ପରା’ ଆଲୋଚନାଚକ୍ରରେ ଯୋଗଦେଇଛନ୍ତି।

ପୁରୀ ଗସ୍ତରେ ଯାଉଥିବା ବେଳେ କାଦୁଆଠାରେ ଅଟକି ପଇଡ଼ ପିଇଛନ୍ତି । ପଇଡ଼ ପିଇବା ପରେ ଦୋକାନୀଙ୍କୁ ୧୦୦୦ ଟଙ୍କା ଦେବା ସହ ତାଙ୍କ ସହ ସୁଖଦୁଃଖ ହୋଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ପଇଡ଼ ପିଆଇ ଖୁସି ହୋଇଛନ୍ତି ପଇଡ଼ ବ୍ୟବସାୟୀ ଶ୍ରୀଧର।

ସେହିପରି ଅପରାହ୍ନ ୪ଟା ୪୫ରେ ସେ ବୃନ୍ଦାବତୀ ନିବାସ ହବିଷିଆଳି କେନ୍ଦ୍ରରେ ପହଞ୍ଚତ୍ ହବିଷିଆଳି ମା’ମାନଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି। ତେଣୁ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ମିଳିଲା ଅନୁମତି : ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ ମ୍ୟାଚ୍‌

ବେଙ୍ଗାଲୁରୁ,୧୬ା୩: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଘରୋଇ ମ୍ୟାଚ୍‌ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। Dharitri – Odisha’s No.1 Odia Daily

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ, ଆଗକୁ ଓଡ଼ିଶା ରାଜନୀତିରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନକୁ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଗକୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ…

ଗଜପତି ଜିଲାର ୪ ବ୍ଲକରେ ରବର ଚାଷ ରବରଚାଷରେ ହେକ୍ଟର ପିଛା ଚାଷୀଙ୍କୁ ଲାଭ ୨ ଲକ୍ଷ

ପାରଳାଖେମୁଣ୍ଡି,୧୬ା୩(ଗିରିଧାରୀ ପରିଚ୍ଛା): ରବର ଚାଷ ପାଇଁ ଗଜପତି ଜିଲାର ସୁନାମ ରହିଛି। ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି। ଜିଲାର ଗୁମ୍ମା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri