ବିଜୟଙ୍କ ଅନୁରୋଧ ରଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୪ା୧- ରାଜ୍ୟର ସମସ୍ତ ସିନେମା ହଲରେ ଶତ ପ୍ରତିଶତ ଦର୍ଶକ ଏକାଠି ବସିପାରିବେ। ଏ ନେଇ ସୋମବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ତାମିଲନାଡୁ ସରକାର। ଆଗକୁ ଥିବା ପୋଙ୍ଗାଲ ଉତ୍ସବକୁ ଦୃଷ୍ଟିରେ ରଖି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ଉତ୍ସବ ଅବସରରେ ସାଧାରଣତଃ ରାଜ୍ୟରେ ବଡ଼ ଫିଲ୍ମ ରିଲିଜ ହୁଏ। ଦିନକୁ ରାଜ୍ୟରେ ବାହାରୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ସରକାର ଏହି ଅନୁମତି ଦେଇଛନ୍ତି।

ଉଲ୍ଲେଖଥାଉ କି, ମାର୍ଚ୍ଚରେ କରୋନା ଓ ତା’ ପଛକୁ ଲକ୍‌ଡାଉନ ଆସିବା ପରେ ପ୍ରାୟ ଫିଲ୍ମ ରିଲିଜ ପାଇଁ ଓଟିଟି ପ୍ଲାଟଫର୍ମ ବାଛି ନେଇଥିଲେ। ହେଲେ ବିଗ୍‌ ବଜେଟ ଫିଲ୍ମ ‘ମାଷ୍ଟର’କୁ ସିନେମା ହଲରେ ହିଁ ରିଲିଜ କରିବାକୁ ଅଡ଼ି ବସିଥିଲେ ସାଉଥ୍‌ ଷ୍ଟାର ବିଜୟ। ଫିଲ୍ମଟି ଆସନ୍ତା ୧୩ ତାରିଖରେ ରିଲିଜ ହେବ। ଏହାର ଖୁବ୍‌ ପୂର୍ବରୁ ବିଜୟ ଓ ଫିଲ୍ମର ପୂରା ଟିମ୍‌ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପଲାନୀସ୍ବାମୀଙ୍କୁ ଭେଟି ଅନୁରୋଧ କରିଥିଲେ।

Share