Posted inଜାତୀୟ

ମାମୁଙ୍କ ଭଳି ମହିଳାଙ୍କ ନିକଟରେ ବେଶ ଲୋକପ୍ରିୟ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

ଭୋପାଳ,୧୪।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟର ମହିଳାମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ଲଡଲି ବେହନାଙ୍କ ପରି ମହିଳାଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଯୋଗୁଁ ଶିବରାଜ ରାଜ୍ୟର ଭଉଣୀ ଏବଂ ଝିଅମାନଙ୍କଠାରୁ ବହୁତ ଭଲ ପାଇବା ପାଇଛନ୍ତି। ରାଜ୍ୟବାସୀ ତାଙ୍କୁ ମାମୁ ବୋଲି କୁହନ୍ତି। ଶିବରାଜ ଏତେ ଲୋକପ୍ରିୟ ହୋଇଥିଲେ ମଧ୍ୟ ଏଥର ଭାରତୀୟ ଜନତା ପାର୍ଟି ମୋହନ ଯାଦବଙ୍କୁ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ କରିଥିଲେ। ମଧ୍ୟପ୍ରଦେଶର ମାମୁଙ୍କ ପରି ମୋହନ ଯାଦବ ମଧ୍ୟ ରାଜ୍ୟର ମହିଳାମାନଙ୍କର ପ୍ରିୟ ଅଟନ୍ତି। ୧୦ ବର୍ଷ ଧରି ସେ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀର ୨୦ ହଜାର ଭଉଣୀଙ୍କ ହାତରୁ ରାଖି ବାନ୍ଧି ଆସୁଛନ୍ତି।
ବୁଧବାରରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଯାଦବ ଶପଥ ଗ୍ରହଣ କରିଛନ୍ତି। ଯେତେବେଳେ ଶିବରାଜଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋହନ ଯାଦବଙ୍କ ନାମ ଘୋଷଣା କରାଯାଇଥିଲା, ସେତେବେଳେ ଏହାର କାରଣ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା। ସେ ଦୀର୍ଘ ଦିନ ଧରି ଦଳରେ ରହିଆସିଛନ୍ତି, ମଧ୍ୟପ୍ରଦେଶ ରାଜନୀତିରେ ଉଚ୍ଚ ମାନ୍ୟତା ପାଇଛନ୍ତି, ଜଣେ ଓବିସି ଚେହେରା ଏବଂ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନର ସମ୍ପର୍କ ବ୍ୟତୀତ ମହିଳା ଭୋଟରଙ୍କ ମଧ୍ୟରେ ଲୋକପ୍ରିୟତା ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଏକ କାରଣ ହୋଇପାରେ। ଶିବରାଜ ଏବଂ ମୋହନ ଯାଦବଙ୍କ ମଧ୍ୟରେ ଦୁଇଟି ଜିନିଷ ସାଧାରଣ ଯେ ଉଭୟ ଓବିସି ଚେହେରା ଏବଂ ମହିଳାମାନଙ୍କ ମଧ୍ୟରେ ବେଶ ପ୍ରିୟ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ମାଡ, ଗିରଫ ହୋଇଥିବା ଯୁବକ ଯୋଗୀ ୟୁଥ ବ୍ରିଗେଡର ମେମ୍ବର

ଆଗ୍ରା,୩।୫: ଫତେହାବାଦର ସତୀ ମନ୍ଦିରରେ ଶୋଶିତ ସମାଜ ପାର୍ଟି ପ୍ରାର୍ଥୀ ହୋତମ ସିଂଙ୍କ ସମର୍ଥନ ସଭାରେ ପହଞ୍ଚିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ...

କେବେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି, ଏହା ପୂର୍ବରୁ ହେବ ରୋଡ ଶୋ’

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରାଣାସୀ ଲୋକ ସଭା ଆସନରୁ ଏମପି। ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଥର ବାରାଣାସୀରୁ ପ୍ରାର୍ଥୀ କରିଛନ୍ତି।...

ଓ୍ବାୟନାଡ, ରାଏବରେଲି ଦୁଇଟି ଆସନରେ ଜିତିଲେବି ଫସିଯିବେ ରାହୁଲ! ଏନି ରାଜା କହିଲେ ଏହା ଅନ୍ୟାୟ ହେବ

ନୂଆଦିଲ୍ଲୀ,୩।୫: ଅନେକ ଦିନ ଅପେକ୍ଷା କରିବା ପରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ରାଏବରେଲିରୁ ପ୍ରାର୍ଥୀ କରିଛି। ଗାନ୍ଧୀ ପରିବାରର ପାରମ୍ପାରିକ ଆସନ ହୋଇଥିବାରୁ ରାହୁଲଙ୍କୁ ଏହି...

ପ୍ରଧାନମନ୍ତ୍ରୀ ମୋଦି ବି ତ ପଳାୟନ କରିଛନ୍ତି: ଜବାବ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୩।୫:ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି, ଯାହାକି ୨୦୨୪ ଲୋକ ସଭା ନିର୍ବାଚନର ସବୁଠାରୁ ହଟ...

‘ନିର୍ବାଚନକୁ ଦୃଷ୍ଟିରେ ରଖି ଜାମିନ ବିଚାର କରାଯାଇପାରେ’, କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୩।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡିଙ୍କୁ କହିଛନ୍ତି ଯେ ନିର୍ବାଚନ କାରଣରୁ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ...

ପୁଅ କରଣଙ୍କ ନାମାଙ୍କନ ସମୟରେ ନଜର ଆସିଲେ ନାହିଁ ବ୍ରିଜ ଭୁଷଣ

ନୂଆଦିଲ୍ଲୀ,୩।୫: ନିକଟରେ ଭାଜପା କରଣ ଭୂଷଣ ସିଂଙ୍କୁ କେସିଆରଗଞ୍ଜ ଆସନରୁ ପ୍ରାର୍ଥୀ କରିଥିଲା। ଏବେ କରଣ ଭୂଷଣ ସିଂ ଶୁକ୍ରବାର ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାହୁଲ ଗାନ୍ଧୀଙ୍କୁ ଆମେ ହରାଇ ପାରିବୁ ନାହିଁ ସେ ନିଶ୍ଚିତ ଜିତିବେ, କାହିଁକି ଏମିତି କହିଲେ ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ,୩।୫: ବର୍ତ୍ତମାନ ପାକିସ୍ତାନ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରବେଶ କରିଛି। ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା...

ଦେବଗୌଡାଙ୍କ ପୁଅଙ୍କ ଉପରେ ଆସିଲା ଆଉ ଏକ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ,୩।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବଗୌଡାଙ୍କ ନାତି ଉଜ୍ଜ୍ୱଳ ରେଭାନ୍ନାଙ୍କ ବରୋଧରେ ବଳାତ୍କାର ଅଭିଯୋଗ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri