ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼ କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁବାବୁ ଏହି ଓଡ଼ିଶାକୁ ସମୃଦ୍ଧ କରିବାକୁ ସ୍ବପ୍ନ ଦେଖିଥିଲେ। ବାସ୍ତବରେ ଏପରି ଜଣେ ମହାନ ଜନନାୟକ ଓଡ଼ିଶା ପାଇଁ ସ୍ବପ୍ନ ଦେଖିଥିଲେ। ଓଡ଼ିଶା ପାଇଁ ସଂକଳ୍ପ ନେଇ କାମ କରୁଥିଲେ। ବିଜୁବାବୁ ଓଡ଼ିଶା ପାଇଁ ଦେଖିଥିବା ଅଧୁରା ସ୍ବପ୍ନକୁ ଆମେ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ସରକାର ଏହାକୁ କିପରି ପୁଜର୍ଜୀବିତ କରି ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପହଞ୍ଚିପାରିବ ସେନେଇ ସଂକଳ୍ପ ନେଇଛନ୍ତି।

Dharitri – Odisha’s No.1 Odia Daily