ଶୀଶ୍ରୀ ଅଚ୍ୟୁତାନନ୍ଦ ପୀଠର ଉନ୍ନତିକରଣ ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ନିଶ୍ଚିନ୍ତକୋଇଲି,୧୧।୩(ଅଶୋକ କୁମାର ମହାପାତ୍ର ): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମିନିଷ୍ଟାଡିୟମ ପରିସରରେ ମହାପୁରୁଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କର ପୀଠର ଉନ୍ନତିକରଣ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଜରିଆରେ ଶିଳାନ୍ୟାସ କରିଛନ୍ତି। ତାଙ୍କ ସହ ୫-ଟି ଅଦକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଥିଲେ। ଏହି ସମାରୋହରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଯେନା, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, କଟକ ଜିଲାପାଳ ବିନିତ ଭରଦ୍ୱାଜ ଜିଲା ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରଏ, ଅତିରିକ୍ତ ଜିଲାପାଳ କମଲଜିତ ଦାସ, ବିଡିଓ ବିରଞ୍ଚି ନାରାୟଣ ବେହେରା, ତହସିଲଦାର ଅନିତା ନାୟକ, ଜିଲାପରିଷଦ ସଭ୍ୟ ବିଳାସ ଭୋଇ, ସହକାରୀ ନିର୍ବାହୀଯନ୍ତ୍ରୀ ନଳିନୀ କାନ୍ତ ମହାପାତ୍ର, ଅନାମ ବିଶ୍ୱାଳ, ଅଚ୍ୟୁତାନନ୍ଦ ଦାସ, ନନ୍ଦିନୀ ନାୟକ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ।