ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି। ଏଥିପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ୩୩ଟି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ ମଧ୍ୟ କରିଛନ୍ତି। ଏ ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୯ଟି ଜିଲାର ୫୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ।

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଭାଇ ହେଉଛନ୍ତି ଦେଶର ଶ୍ରେଷ୍ଠ ସେବକ। ସେମାନେ ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ତ୍ୟାଗ ଓ ପରିଶ୍ରମ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପ୍ରତିଦିନ ତାଙ୍କ ଘରେ ଚାଷୀ ଭଉଣୀଭାଇଙ୍କୁ ଭେଟୁଛନ୍ତି ଓ ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି। ଚାଷୀ ଭାଇମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେଉଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ।

କୃଷକମାନଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ କୃଷି ବଜେଟ୍‌ ୫ ବର୍ଷରେ ୩ ଗୁଣ ହୋଇ ଏବେ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। ସେ କହିଥିଲେ, କାଳିଆ ଯୋଜନା ଚାଷୀଭାଇମାନଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଛି। ରାଜ୍ୟ ସରକାର ଚାଷୀଭାଇମାନଙ୍କ ଫସଲବୀମାର ପ୍ରିମୟମ ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri