ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧।୧: ରାଜ୍ୟବାସୀଙ୍କୁ ନୂଆ ବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।‘ରାଜ୍ୟବାସୀଙ୍କୁ ନୂଆବର୍ଷ ଅବସରରେ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ରାଜ୍ୟର ପ୍ରଗତି ସହ ପ୍ରତିଟି ଜୀବନ ମଙ୍ଗଳମୟ ହେଉ’ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟପାଳ ମଧ୍ୟ ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭକାମନା ଜଣାଇଛନ୍ତି । ଏଥି ସହ ସମସ୍ତଙ୍କ ଜୀବନରେ ହସ, ଖୁସି ଓ ଶାନ୍ତି ଭରୁ ବୋଲି କାମନା କରିଛନ୍ତି।

https://twitter.com/hashtag/HappyNewYear2022?src=hashtag_click