ସ୍ବାଭିମାନ ଅଞ୍ଚଳରେ ପ୍ରତି ପରିବାରକୁ ସ୍ମାଟଫୋନ ଦେଲେ ମୁଖ୍ୟମନ୍ତ୍ରୀ

ଚିତ୍ରକୋଣ୍ଡା,୧୭।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଲଗଡ଼ର ୯ଟି ପଞ୍ଚାୟତର ପ୍ରତ୍ୟେକ ପରିବାରକୁ ସ୍ମାର୍ଟଫୋନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସ୍ବାଭିମାନ ଅଞ୍ଚଳବାସୀଙ୍କ ସହ ସିଧାସଳଖ ଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇ ବିକାଶ କାମର ସମୀକ୍ଷା କରିଛନ୍ତି। ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ, ଗାଜୁଲୁମାମୁଡି, ରାଲେଗାଡା, ପାପରମେଟଲା, ଧୂଳିପୁଟ ଓ ରାଲେଗଡା଼ ପଞ୍ଚାୟତର ୬୯୧୭ ପରିବାରକୁ ଦୀପାବଳି ଭେଟି ସ୍ବରୂପ ମୋବାଇଲ ଉପହାର ଦିଆଯାଇଛି। କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, କଟକ ସଦର ବିଧାୟକ ତଥା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, ଏମ୍‌ପି ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ଜିଲାପାଳ ୱାଇ ବିଜୟ, ଏସପି ଋଷିକେଶ ଡି.ଖିଲାରି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ମାନସ ମାଡକାମି, ଜିଲା ପରିଷଦ ଅଧକ୍ଷ ଦଶରଥ ପଡ଼ିଆମିଙ୍କ ଉପସ୍ଥିତିରେ ଏବଂ ଜିଲାର ବହୁ ଅଧିକାରୀଙ୍କ ସହଯୋଗରେ ଆଜିର ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟନ ଉତ୍ସବରେ ସ୍ବାଭିମାନ ଅଞ୍ଚଳର ୭ ଜଣଙ୍କୁ ମୋବାଇଲ ପ୍ରଦାନ କରାଯାଇଥିଲା। ମଙ୍ଗଳବାରଠାରୁ ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ୬୯୧୭ ପରିବାରକୁ ଶିକ୍ଷକଙ୍କ ଦାରା ପ୍ରଦାନ କରାଯିବ ମୋବାଇଲ। ୨୦୧୮ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଦାରା ଗୁରୁପ୍ରିୟା ସେତୁ ଉଦଘାଟନ ସମୟରେ ସ୍ବାଭିମାନ ଅଞ୍ଚଳର ସ୍ବତନ୍ତ୍ର ବିକାଶ ପାଇଁ କଲେ ୧୦୦ କୋଟି ଟଙ୍କାର ଘୋଷଣା କରିଥିଲେ। ଏବେ ସ୍ବାଭିମାନ ଅଞ୍ଚଳରେ ପ୍ରଗତି ପଥେ ବିକାଶ ଅଭିମୁଖେ ଆଗେଇ ଚାଲିଛି। ସ୍ବାଭିମାନ ଅଞ୍ଚଳକୁ ଆଗୁଆ ଅଞ୍ଚଳ ରୂପେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କାକୁ ଦୁଇ ଶହ ପନ୍ଦର କୋଟି ଟଙ୍କାକୁ ବୃଦ୍ଧି କରିଥିବା ଘୋଷଣା କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମକୁ ଭିଡିଓ କନଫରରେନସ ଦ୍ୱାରା ଉଦଘାଟନ କରିବା ସହ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ ଉପସ୍ଥିତିରେ ସ୍ବାଭିମାନ ଅଞ୍ଚଳର ତିନି ଜଣ ଗୋରାସେତୁରୁ କୁସୁମଣି ଖିଲ, ବିଡାନପାକନାରୁ ଦଇମତି ଗଲରି, ପାପରମେଟଲାର ପୂର୍ବତନ ସରପଞ୍ଚ ସୀତାରାମ ଗଲରି ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri