ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ, ରାଜଗାଙ୍ଗପୁର, ରାଉରକେଲା୧୧ା୫(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ପାଣି/ ଦିନେଶ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କୁ ଭଲ ପାଆନ୍ତି। ରାଜ୍ୟର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ଆପଣମାନଙ୍କୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ। ଏଥିରେ ବିଶେଷକରି ଗ୍ରାମାଞ୍ଚଳର ଲୋକେ ଉପକୃତ ହେବେ ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ସୁନ୍ଦରଗଡ଼ ଜିଲା ତଳସରା ନିର୍ବାଚନମଣ୍ଡଳୀର ସବ୍‌ଡେଗା ମିନି ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଏହା କହିଛନ୍ତି।
ପାଣ୍ଡିଆନ କହିଥିଲେ, ଆପଣମାନେ ଯାହାକୁ ଏମ୍‌ପି ଓ ଏଠାକାର ବିଧାୟକ ଭାବେ ନିର୍ବାଚିତ କରି ପଠାଇଥିଲେ, ସେମାନେ କେବେ ଆପଣଙ୍କ ସମସ୍ୟା କଥା ଉଠାଇ ନାହାନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଞ୍ଚଳର ରାସ୍ତା ଘାଟ ଓ ଅନ୍ୟାନ୍ୟ ଉନ୍ନତି ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି। ଅଞ୍ଚଳର ଆହୁରି ଉନ୍ନତି ପାଇଁ ଲୋକ ସଭା ପ୍ରାର୍ଥୀ ଦିଲୀପ ତିର୍କୀ ଓ ତଳସରା ବିଧାୟକ ପ୍ରାର୍ଥୀ ବିନୟ ଟପ୍ପୋଙ୍କୁ ବିଜୟୀ କରି ୬ଷ୍ଠଥର ପାଇଁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ସେ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ମହିଳା, ଯୁବ ଓ ଛାତ୍ରଙ୍କୁ ସଶକ୍ତ କରିବା ପାଇଁ ସ୍ବତନ୍ତ୍ର ଋଣ ଓ କଲେଜ ଛାତ୍ରୀଙ୍କୁ ୧୪ହଜାର ଓ ଛାତ୍ରଙ୍କୁ ୧୨ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ ପାଇଁ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିବା କହିଥିଲେ। ଏହି ସଭାରେ ଦିଲୀପ, ବିନୟ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ତଥା ତଳସରା ସହ ପର୍ଯ୍ୟବେକ୍ଷକ ବୈକୁଣ୍ଠ ନାଏକ, ଜିଲା ଯୁବ ବିଜେଡି ସଭାପତି ଦେବେନ୍ଦ୍ର ମାଝିଙ୍କ ନେତୃତ୍ୱରେ ପାଣ୍ଡିଆନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଭାରେ ବହୁସଂଖ୍ୟାରେ ମହିଳା ପୁରୁଷ ଉପସ୍ଥିତ ଥିଲେ।
ଏହା ପରେ ପାଣ୍ଡିଆନ ରାଜଗାଙ୍ଗପୁର ଗସ୍ତ କରି ଜାମପାଲି ଖେଳପଡିଆରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ସୁନ୍ଦରଗଡକୁ ଏକ ନୂଆ ପରିଚୟ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି। ଅଞ୍ଚଳର ଯାହାସବୁ କାମ ରହିଯାଇଛି ସେସବୁ ପୂରଣ ହେବ ବୋଲି ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ। ବିଜେଡି କର୍ମୀଙ୍କୁ ବହୁ ପରିଶ୍ରମ କରିବା ପାଇଁ ପାଣ୍ଡିଆନ କହିଥିଲେ। ଏହି ଅବସରରେ ମଞ୍ଚରେ ତାଙ୍କ ସହ ଦିଲୀପ ତିର୍କୀ, ଅନିଲ ବରୁଆ, ମଙ୍ଗଳା କିଷାନ ଉପସ୍ଥିତ ଥିଲେ। ଶେଷରେ ରାଉରକେଲା ଗସ୍ତ କରି ବିଜେଡି ପକ୍ଷରୁ ଆୟୋଜିତ ରୋଡ୍‌ ଶୋ’ରେ ଯୋଗଦେଇଥିଲେ। ସନ୍ଧ୍ୟା ସାଢ଼େ ୭ଟାରେ ପାଣ୍ଡିଆନ ରାଉରକେଲା ବିଶ୍ରାଛକରୁ ଶୋଭାଯାତ୍ରାରେ ବାହାରି ମେନରୋଡ୍‌ ଦେଇ ଟ୍ୟାକ୍ସିଷ୍ଟାଣ୍ଡ୍‌, ନାଲାରୋଡ୍‌, ଡେଲିମାର୍କେଟ, ମଙ୍ଗଳ ଭବନ ହୋଇ ଉଦିତନଗର ଆମ୍ବେଡ୍‌କର ଛକରେ ପହଞ୍ଚଥିଲେ। ସେଠାରୁ ପୁଣି ବାସନ୍ତୀ କଲୋନୀ ଦେଇ ଲେବର ଟୁର୍ନାମେଣ୍ଟ ହୋଇ ଜୈନ ମନ୍ଦିର ଓ ଶେଷରେ ପାନପୋଷ ସ୍ଥିତ ଗାନ୍ଧୀଛକରେ ପହଞ୍ଚତ୍ଥିଲେ। ଏଥିରେ ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ। ଏହି ରୋଡ୍‌ ଶୋ’ରେ ରାଉରକେଲା ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ଦିଲୀପ ତିର୍କୀଙ୍କ ସହ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri