ମାତୃ ଦିବସରେ ମହିଳା କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୫(ବ୍ୟୁରୋ): ସମଗ୍ର ବିଶ୍ୱରେ ଆଜି ମାତୃ ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କରୋନା ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଓଡ଼ିଶାରେ ମାତୃ ମୃତ୍ୟୁହାର ହ୍ରାସ କରିବା ଏବଂ ନିରାପଦ ମାତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଆମର ଉଦ୍ୟମ ପ୍ରତିବଦ୍ଧ। ମହାମାରୀ ସମୟରେ ଆମ ସହିତ ସାଥ୍‌ ଦେଇଥିବାରୁ ଆମର ଫ୍ରଣ୍ଟ୍‌ଲାଇନ କୋଭିଡ୍‌ ଯୋଦ୍ଧା ଆଶା, ଏଏନ୍‌ଏମ୍‌ ଏବଂ ଏଡବ୍ଲ୍ୟୁଡବ୍ଲ୍ୟୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ।