ଭୁବନେଶ୍ୱର,୭ା୧୦(ବ୍ୟୁରୋ): ରାଜଭବନ ଛକସ୍ଥିତ ଏକ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା। ବର୍ତ୍ତମାନ ନିଆଁ ଲିଭାଇବା ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏହି ଘଟଣାରେ ସମସ୍ତ ଆହତଙ୍କ ପାଇଁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣାରେ ଚିକିତ୍ସା ଘୋଷଣା କରିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ବୁଧବାର ଅପରାହ୍ନରେ ଲାଗିଥିବା ଏହି ନିଆଁର ଭୟାବହତା ଏତେ ଥିଲା ଯେ, ଏହା ଆକାଶ ଉଚ୍ଚର ଜଳୁଥିଲା। ବିସ୍ଫୋରଣର ଶବ୍ଦ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଶୁଭିବା ସହ ଭୂମିକମ୍ପ ହେବା ପରି ଘରଦ୍ୱାର ଥରିଉଠିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


