ଜିଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଲେ ଛତ୍ରପୁର ବିଧାୟକ

ଛତ୍ରପୁର,୧।୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ୨୦ ନଂ ଜୋନ ଜିଲାପରିଷଦର ବିଜେଡି ପ୍ରାର୍ଥୀ ତଥା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀଙ୍କ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି । ଛତ୍ରପୁର ବିଜେଡି ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି । ଏଥିଲାଗି ନିର୍ବାଚନ ପ୍ରଚାର ଗାଡିକୁ ପତାକା ଦେଖାଇ ଛତ୍ରପୁର ବିଧାୟକ ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନମଙ୍ଗଳ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟକୁ ଆଧାର କରି ନିର୍ବାଚନ ରଣାଙ୍ଗନରେ ବିଜେଡିର ଜିଲାପରିଷଦ ପ୍ରାର୍ଥୀ ହୋଇଛନ୍ତି । ପୂର୍ବଥର ମଧ୍ୟ ଏହି ଆସନ ବିଜେଡି ଅକ୍ତିଆର କରିଥିବାବେଳେ ପୁଣି ଥରେ ୨୦ ନଂ ଜୋନ ଜିଲାପରିଷଦ ବିଜେଡି ଅକ୍ତିଆର କରିବ ବୋଲି ବିଧାୟକ ତାଙ୍କ ଉଦ୍‌ବୋଧନରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଟି.ଚନ୍ଦ୍ରଶେଖର ରାଓ, ବାବୁଲି ସାହୁ, ନାଗେଶ୍ୱର ରାଓ, ପ୍ରମୁଖ ଉପସ୍ଥିତ ଥିଲେ।