ଖୋଲାଯାଉଛି ତାଳଧ୍ୱଜ ରଥ

ପୁରୀ ଅଫିସ,୬।୮: ସିଂହଦ୍ୱାର ସମ୍ମୁଖରେ ଥିବା ୩ ରଥ ଖୋଲା କାର୍ଯ୍ୟ ଜାରି ରହିଛି। ବୁଧବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଖୋଲା ଶେଷ ହୋଇଥିବା ବେଳେ ଗୁରୁବାର ସକାଳୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଖୋଲା ଆରମ୍ଭ ହୋଇଛି। ଦର୍ପଦଳନ ରଥର ଖୋଲାଯାଇଥିବା ଅଂଶକୁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ରଖାଯାଇଛି। ତାଳଧ୍ୱଜ ରଥର କଳସ, ଓଲଟଶୁଆ,ଖପୁରୀ ଆଦି ଖୋଲା ଯାଇଥିବା ବେଳେ ତାରାଭାଡ଼ି ଖୋଲା କାମ ଜାରି ରହିଛି। ୧୫ଜଣ ଭୋଇ ସେବକ, ୬ କମାର ସେବକ, ତିନି ରଥର ମୁଖ୍ୟ ମହାରଣା ଏହି କାମରେ ଲାଗିଛନ୍ତି। ଏବର୍ଷ ତିନି ରଥ ଭଙ୍ଗାଯାଇ ରଖାଯିବ ନାହିଁ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ଏହି ତିନି ରଥକୁ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।