ପରିବା ଫସଲରେ ବ୍ୟାପୁଛି ପତ୍ର ହଳଦିଆ ରୋଗ

ରସୁଲପୁର,୧୪ା୭(ଡି.ଏନ.ଏ.): ପରିବର୍ତ୍ତିତ ପାଣିପାଗ କୃଷିକ୍ଷେତର ସ୍ଥିତି ବିଗାଡ଼ି ଦେଉଛି। ବର୍ଷା, ଖରା ଓ ଶୀତର ଅନିୟମିତତା ଯୋଗୁ ଫସଲରେ ନାନା ଅଚିହ୍ନା ରୋଗ ଦେଖାଯାଉଛି। ତେବେ ଏହି ରୋଗ ନିୟନ୍ତ୍ରଣ କରିବାରେ ଚାଷୀ ଅସମର୍ଥ ହେଉଥିବାବେଳେ ଏବେ ପରିବା ଚାଷରେ ପତ୍ର ହଳଦିଆ ରୋଗ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ଉକ୍ତ ରୋଗ ପାଇଁ ଫସଲ ଉପତ୍ାଦନ କମିଯାଉଛି। ରୋଗପୋକ ନିୟନ୍ତ୍ରଣରେ ଯେତିକି ଖର୍ଚ୍ଚ ହେଉଛି, ଚାଷୀ ଉପତ୍ାଦିତ ଦ୍ରବ୍ୟକୁ ବିକ୍ରିକରି ସେତିକି ପାଇବା କଷ୍ଟକର ହୋଇପଡୁଛି। ଏଭଳି ସ୍ଥିତିରେ ପାଣିପାଗ ଉପଯୋଗୀ ଫସଲ ଚାଷ କରିବାକୁ ଚାଷୀ ଚିନ୍ତା କରୁଛନ୍ତି।

ଦେଖିବାକୁ ଗଲେ ରସୁଲପୁର ବ୍ଲକ ଅଞ୍ଚଳରେ ଖରିଫ ଓ ରବି ଋତୁରେ ଅଧିକାଂଶ କ୍ଷେତରେ ପରିବା ଚାଷ କରାଯାଇଥାଏ। ଏହାବାଦ୍‌ ଚାଷୀ ଖରାଦିନିଆ ପରିବା ଫସଲ ଚାଷ କରନ୍ତି। କିନ୍ତୁ ଏବେ ଖରାଦିନିଆ ଓ ଖରିଫ ଋତୁରେ ଚାଷ ହୋଇଥିବା ପରିବା ଫସଲରେ ପତ୍ର ହଳଦିଆ ଓ ଜଉ ରୋଗପୋକର ପାର୍ଦୁଭାବ ବଢିଯାଇଛି। ପରିବା ଚାଷ ଭାବରେ ଜହ୍ନି, କଲରା, ଛଚିନ୍ଦ୍ରା, ବାଇଗଣ, ଭେଣ୍ଡି, ଝୁଡଙ୍ଗ, କାକୁଡି ଆଦିକୁ ଚାଷୀ ଗୁରୁତ୍ୱ ଦେଉଛନ୍ତି। ଚାଷ ପ୍ରାରମ୍ଭରେ କ୍ଷେତ ଭଲଭାବରେ ବଢୁଛି। ମାତ୍ର ଗଛ ଲତାରେ ଫୁଲ ଫଳ ଧରିବା ସମୟରେ ପତ୍ର ହଳଦିଆ ରୋଗ ଓ ଜଉ ରୋଗପୋକ ଅଧିକ ଲାଗୁଥିବା ଦେଖାଯାଉଛି। ଗଛର ଉପର ପତ୍ର ସୁବୁଜ ରଙ୍ଗର ରହୁଛି। ମାତ୍ର ତଳ ପତ୍ରଗୁଡିକ ହଳଦିଆ ହୋଇଯାଉଛି। ଫଳନ୍ତି ଗଛରୁ ଫୁଲଫଳ ସୁଖି ଝଡି ଯାଉଛି। ରୋଗପୋକ ଦାଉରୁ ରକ୍ଷା ପାଇବା ପାଇଁ ଚାଷୀ ନାନା କୀଟନାଶକ ସିଞ୍ଚନ କରୁଛନ୍ତି। କେତେକ କ୍ଷେତ୍ରରେ କୀଟନାଶକର ପ୍ରଭାବ ରହୁ ନ ଥିବାରୁ ପରିବା କ୍ଷେତଗୁଡିକ ଉଜୁଡି ଯାଉଛି। ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଜମିର ଉର୍ବରତା କମିଯାଉଛି, ମାଟିରେ ଆବଶ୍ୟକ ଅନୁଯାୟୀ ପୋଷଣ ରହୁନାହିଁ। କ୍ଷେତକୁ ଯଥେଷ୍ଟ ଭିଟାମିନ ମିଳିପାରୁ ନାହିଁ। ଚାଷୀ ପରିବା ଚାଷ ଆରମ୍ଭରେ ଅଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରି ଗଛର ରୋଗ ପ୍ରତିରୋଧକ ଶକ୍ତି କମାଇ ଦେଉଛନ୍ତି। ଜୈବିକ ପ୍ରଣାଳୀରେ କୃଷିକାର୍ଯ୍ୟ କରିବା ଦିଗରେ ଚାଷୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏଭଳି ସ୍ଥିତିରେ ଗଛ ଗୁଡିକର ରୋଗ ପ୍ରତିଶୋଧକ ଶକ୍ତି କମି ଯାଉଛି। ତେବେ ପାଣିପାଗର ଦ୍ରୁତ ପରିବର୍ତ୍ତନ ଯୋଗୁ ରୋଗପୋକ ପ୍ରଭାବୀ ହୋଇପଡୁଛନ୍ତି ବୋଲି କୁହାଯାଉଛି। ଏ ସମ୍ପର୍କରେ ରସୁଲପୁର ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ମାଟିର ଆଦ୍ରତାରେ ତାରତମ୍ୟ ରହୁଥିବାରୁ ଧଳାମାଛି ଗଛଲତାର ତଳ ପତ୍ରଗୁଡିକରୁ ରସ ଶୋଷି ନେଉଛନ୍ତି। ଫଳରେ ଗଛକୁ ପତ୍ର ହଳଦିଆ ରୋଗ ଧରୁଛି। ଗଛକୁ ଉପଯୁକ୍ତ ଖାଦ୍ୟ ମିଳୁ ନ ଥିବାରୁ ଉପତ୍ାଦନ କମି ଯାଉଛି। ତେବେ ପାଣିପାଗର ପରିବର୍ତ୍ତିତ ସ୍ଥିତି ଯୋଗୁ ଏଭଳି ଘଟୁଛି। ଚାଷୀ କ୍ଷେତରେ ହଳଦିଆ ରଙ୍ଗର ଅଠାପଟି ବ୍ୟବହାର କରିବା ସହ କୃଷି ବିଜ୍ଞାନୀଙ୍କ ସହ ପରାମର୍ଶକରି ପଦକ୍ଷେପ ନେଲେ ଏହି ରୋଗପୋକ ଦାଉରୁ ରକ୍ଷା ପାଇପାରିବେ ବୋଲି ସେ ମତ ରଖଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri