ଅସ୍ତିତ୍ୱ ହରାଉଛି ଚଣ୍ଡିଆ ପାହାଡ଼

ଯାଜପୁର ଅଫିସ୍‌/ବାଲିଚନ୍ଦ୍ରପୁର, ୧୭।୧୧(ସ୍ବ.ପ୍ର):  ମୁଗୁନି, ଖଡ଼ି, ଶାଣ ଏବଂ କନ୍ଦା ଆଦି ପଥରରେ ନିର୍ମିତ ମୂର୍ତ୍ତି, ମନ୍ଦିର ଓ ଘରକରଣା ସାମଗ୍ରୀ ପାଇଁ ଯାଜପୁର ଜିଲାର ସୁନାମ ସାରା ରାଜ୍ୟରେ ରହିଛି। ଜିଲାର ପଥର କାରିଗରମାନେ ଦର୍ପଣ ତହସିଲ ଅନ୍ତର୍ଗତ ମଝିପଡ଼ା ପଞ୍ଚାୟତରେ ଥିବା ଚଣ୍ଡିଆ ପାହାଡ଼ରୁ ବାପ ଅଜା ଅମଳରୁ ଆବଶ୍ୟକ ପଥର ପାଇ ଆସୁଥିଲେ। ଏବେ ଚୋରା ଚାଲାଣକାରୀଙ୍କ ଯୋଗୁ ଚଣ୍ଡିଆ ପାହାଡ଼ ଅସ୍ତିତ୍ୱ ହରାଉଥିବାବେଳେ ଶୁଖୁଆପଡ଼ା, ପଲେଇ, ଛତିଆ, ଗୋପାଳପୁର, ଅଣ୍ଟିଆ, କମ୍ପଗଡ, ବ୍ୟୈଦରାଜପୁର, କୁଣ୍ଡପାଟଣା, ବାଲିପାଟଣା, ପଣସୁଧା, ଭର୍ତ୍ତପୁର, କୁଳଗାଁ, ହରିପୁର, ଲକ୍ଷ୍ମୀନଗର, ଶଙ୍ଖଚିଳା, ରାଉତରାପୁର, ସାମନ୍ତରାପୁର ଆଦି ଅଞ୍ଚଳରେ ଥିବା ପଥର ମୂର୍ତ୍ତି ଓ କୁଟୀର ଶିଳ୍ପ କାରିଗର ହାତ ବାନ୍ଧି ବସିଛନ୍ତି।
ଚଣ୍ଡିଆ ପାହାଡ଼ରୁ ଦୈନନ୍ଦିନ ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ମୂଲ୍ୟବାନ୍‌ ପଥର ସାଙ୍ଗକୁ ମୋରମ ଦିନରାତି ବାହାର ଜିଲାକୁ ଚୋରାଚାଲାଣ ହେଉଛି। ଅନ୍ୟପକ୍ଷରେ ବହୁସଂଖ୍ୟକ କାରିଗର ଆବଶ୍ୟକ ପଥର ନ ପାଇ ବେଉସା ହରାଇଛନ୍ତି। ଯାଜପୁର ଜିଲାରେ ମୂର୍ତ୍ତି ଓ ଘରକରଣା ସାମଗ୍ରୀ ପାଇଁ ଉତ୍କୃଷ୍ଟ ପଥର ଥିବାରୁ ଚୋରାଚାଲାଣ ନିମନ୍ତେ ଏକ ର଼୍ୟାକେଟ୍‌ ସକ୍ରିୟ ରହିଥିବାବେଳେ ସରକାରୀ ବିଧିବ୍ୟବସ୍ଥା ଓ ପ୍ରଶାସନିକ କାର୍ଯ୍ୟ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଉଛି। କାରଣ ପ୍ରାୟ ପଥର ଖାଦାନ ଜଙ୍ଗଲ କିସମ ଜମି ବା ଜଙ୍ଗଲ ମଧ୍ୟରେ ରହିଛି। ତାହାର ନିଲାମ ହୋଇପାରୁ ନ ଥିବାବେଳେ ଚୋରାଚାଲାଣକାରୀମାନେ ତାହାକୁ ବେଆଇନ ଭାବେ ଉତ୍ତୋଳନ କରିନେଉଛନ୍ତି। ଏହି କାର୍ଯ୍ୟରେ ପୋଲିସ, ଜଙ୍ଗଲ ଓ ରାଜସ୍ବ ବିଭାଗର ଅସାଧୁ କର୍ମଚାରୀମାନେ ସାମିଲ ହୋଇ ମାଲାମାଲ ହେଉଛନ୍ତି। ଅନ୍ୟପକ୍ଷରେ ଯେତିକି ପଥର ଖାଦାନ ରାଜସ୍ବ ଅଞ୍ଚଳରେ ରହିଛି, ସେସବୁର ନିଲାମ ହେଉନାହିଁ କି ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା ନାହିଁ। ଫଳରେ ସେସବୁକୁ ମଧ୍ୟ ଚୋରାଚାଲାଣକାରୀ ଓ ଅସାଧୁ ସରକାରୀ କର୍ମଚାରୀ ଗ୍ରାସି ଚାଲିଛନ୍ତି। ଯଦି କାଁ ଭାଁ ନିଲାମ ହେଉଛି, ସେଥିରେ ଜିଲାର ଗରିବ କାରିଗରଙ୍କ ସ୍ବାର୍ଥକୁ ବିଚାରକୁ ନିଆଯାଉନାହିଁ। ବହୁ ମୂଲ୍ୟ ଯୋଗୁ କାରିଗରମାନେ କିଣିବାକୁ ସକ୍ଷମ ହେଉ ନ ଥିବାରୁ ମୂର୍ତ୍ତି ପାଇଁ ଉଦ୍ଦିଷ୍ଟ ପଥର ରାସ୍ତାଘାଟ ନିର୍ମାଣରେ ବ୍ୟବହୃତ ହେଉଛି।
ଆର୍ଥିକ ଅଭିବୃଦ୍ଧି ଆଳରେ ସରକାର ଦେଶୀ ବିଦେଶୀ କମ୍ପାନୀ ହାତରେ ଜଙ୍ଗଲ ପାହାଡ଼ ଟେକି ଦେଉଛନ୍ତି। ଅଥଚ ଗରିବ କାରିଗରଙ୍କ ବେଉସା ଯେଭଳି ବଞ୍ଚତ୍ରହିବ ସେଥିପାଇଁ ପଥର ଯୋଗାଇବାକୁ ବ୍ୟବସ୍ଥା କରାଯାଉନାହିଁ। ଚଣ୍ଡିଆ ପାହାଡ଼ରୁ ପଥର ଚୋରାଚାଲାଣ ସମ୍ପର୍କରେ ଜିଲା କିମ୍ବା ତହସିଲ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ କାଁ ଭାଁ ପଦକ୍ଷେପ ନେଇ ପୁଣି ନୀରବି ଯାଉଛନ୍ତି। ଚୋରାଚାଲାଣକାରୀମାନେ ନିୟମିତ ପ୍ରଶାସନକୁ ମାସିକିଆ ବଟି ଦେଇ ସେମାନଙ୍କ ବ୍ୟବସାୟ ନିର୍ବିଘ୍ନରେ ଚଳାଉଛନ୍ତି। ବାଲିଚନ୍ଦ୍ରପୁର ଥାନାର ଜଣେ ପୋଲିସ କର୍ମଚାରୀ ଏ ସବୁ ମଧ୍ୟସ୍ଥତାରେ ସିଦ୍ଧହସ୍ତ ବୋଲି କେତେଜଣ କାରିଗର କହୁଛନ୍ତି। ଚଣ୍ଡିଆ ପାହାଡ଼ରୁ ପ୍ରତ୍ୟହ ୧୨ରୁ ଊର୍ଦ୍ଧ୍ୱ ଟ୍ରକ୍‌ ଯୋଗେ ମୂର୍ତ୍ତି ପାଇଁ ପଥର ବିଭିନ୍ନ ଜିଲାକୁ ଚାଲାଣ ହେଉଛି। ଜିଲାର କାରିଗରମାନେ ପଥର ଖାଦାନ ନିଲାମ ପାଇଁ ଆବେଦନ କରିଥିଲେ ମଧ୍ୟ ଚୋରା କାରବାରକୁ ପ୍ରଶ୍ରୟ ଦେଇ ଅଧିକ ଅର୍ଥ ଲାଳସାରେ ଅଧିକାରୀମାନେ ଚୁପ୍‌ ବସୁଛନ୍ତି ବୋଲି ଅଭିଯୋଗ ହେଉଛି।
ଏକ ଟ୍ରକରେ ବୋଝେଇ ହୋଇଥିବା ବିଭିନ୍ନ ମୂର୍ତ୍ତି ତିଆରି ପଥର ମୂଲ୍ୟ ୩୦ ହଜାର ଟଙ୍କା ଥିଲାବେଳେ ମୋରମ୍‌ ଟ୍ରିପ୍‌ ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଛି। ପ୍ରତିଦିନ ଏ ସବୁ ବିକ୍ରି ହେବା ଦ୍ୱାରା ବାର୍ଷିକ ବହୁ କୋଟି ଟଙ୍କା ମାଫିଆମାନଙ୍କ ପକେଟକୁ ଯାଉଥିବାବେଳେ ପ୍ରଶାସନ ବାର୍ଷିକ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ବ ହରାଉଛି। ଖାଲି ଚଣ୍ଡିଆ ପାହାଡ଼ ନୁହେଁ, ଉଦୟଗିରି ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପଛପାର୍ଶ୍ୱ ବା ବୌଦ୍ଧ ବିହାର ନିକଟ ପାହାଡ଼ର ବିଭିନ୍ନ ସ୍ଥାନରୁ ଦିନ ଦ୍ୱିପ୍ରହରେ ମୋରମ ଓ ପଥର ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ମତାମତ ନେବାକୁ ଦର୍ପଣ ତହସିଲଦାର ବରଣ୍ୟେନ୍ଦୁ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri