ଭୁବନେଶ୍ୱର, ୨୦।୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ଘଟଣାକୁ ନେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମଙ୍ଗଳବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଭେଟିଛନ୍ତି। କ୍ୟାମ୍ପସରେ ଅଶାନ୍ତ ପରିସ୍ଥିତି ସଂକ୍ରାନ୍ତରେ ସେ ଆଲୋଚନା କରିଛନ୍ତି। ଏଥିସହିତ ଶାନ୍ତି ଫେରାଇ ଆଣିବା ପାଇଁ ଆନ୍ଦୋଳନରତ ଛାତ୍ରଙ୍କ ସହ ମଧ୍ୟ କୁଳପତି ଆଲୋଚନା କରିଛନ୍ତି। ଆଲୋଚନାବେଳେ ଛାତ୍ରମାନେ କୁଳପତିଙ୍କୁ ବିଭିନ୍ନ ଦାବି ସମ୍ପର୍କରେ ଅବଗତ କରିବା ସହିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କୁ ସୁଷମ ଖାଦ୍ୟ ଦେବା ସହ ବାଣୀବିହାରରେ ଶାନ୍ତି ବଜାୟ ରଖିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା କୁଳପତି ଆଚାର୍ଯ୍ୟ କହିଛନ୍ତି। ସେପଟେ ବିଶ୍ୱବିଦ୍ୟାଳୟକୁ ଅଣଛାତ୍ର ପ୍ରବେଶକୁ ନେଇ ସେ କହିଛନ୍ତି, ଖୁବ୍ଶୀଘ୍ର ବିଶ୍ୱବିଦ୍ୟାଳୟକୁ ଅଣଛାତ୍ର ପ୍ରବେଶକୁ ବନ୍ଦ କରାଯିବ। ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ। ଯେଉଁମାନଙ୍କ ପାଖରେ ବିଶ୍ୱବିଦ୍ୟାଳୟ ପରିଚୟ ପତ୍ର ନ ଥିବ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି କୁଳପତି ଆଚାର୍ଯ୍ୟ କହିଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ୯ ମାସରୁ ଊର୍ଦ୍ଧ୍ୱ ହେବ ବନ୍ଦ ରହିବା ପରେ ଗତ ୧୧ ତାରିଖରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିଛି। ହେଲେ ଆରମ୍ଭରୁ କ୍ୟାମ୍ପସ୍ ଅଶାନ୍ତ ହୋଇପଡିଥିବାରୁ ଚିନ୍ତା ବଢ଼ିଛି। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ କେତେଜଣ ଛାତ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଯାଉଥିଲେ। ଅନ୍ୟଏକ ଛାତ୍ର ଗୋଷ୍ଠୀ ଏହାର ପ୍ରତିବାଦ କରିବାରୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିସହିତ ବିଶ୍ୱବିଦ୍ୟାଳୟରେ ଅଣଛାତ୍ର ପ୍ରବେଶକୁ ନେଇ ମଧ୍ୟ ମୁହଁାମୁହିଁ ହୋଇଥିଲେ। ପ୍ରତିବାଦରେ ଗୋପବନ୍ଧୁ ଛାତ୍ରାବାସ ଆଗରେ ଛାତ୍ରମାନେ ଧାରଣା ଦେଇଥିଲେ। କିନ୍ତୁ ଅନ୍ୟଏକ ସୂତ୍ର ଅନୁସାରେ, ଠିକା କାମକୁ ନେଇ ଛାତ୍ର ବିବାଦ ମୁଣ୍ଡ ଟେକିଥିବା କୁହାଯାଉଛି। କେତେଜଣ ଅଣଛାତ୍ର ତଥା ରାଜନୈତିକ ଗୋଷ୍ଠୀ କ୍ୟାମ୍ପସରେ ପତିଆରା ବଢ଼ାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ସେମାନେ ଛାତ୍ର ଗୋଷ୍ଠୀକୁ ହାତରେ ରଖି ଠିକାକାମ ହାତେଇବାକୁ ଚେଷ୍ଟା କରୁଛନ୍ତି। ପୂର୍ବରୁ ଦବ୍ଦବା ଦେଖାଉଥିବା ଗୋଷ୍ଠୀକୁ ଦବାଇବାକୁ ଉକ୍ତ ଛାତ୍ର ଗୋଷ୍ଠୀ ଅଣଛାତ୍ରଙ୍କୁ ଧରି ସୋମବାର ରାତିରେ ପ୍ରତିପକ୍ଷ ଗୋଷ୍ଠୀ ଉପରକୁ ଆକ୍ରମଣ କରିଥିଲା। ଏଥିରେ ୪ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିଲେ। ଗୋଷ୍ଠୀ ସଂଘର୍ଷ ପରେ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଆହୁରି ବଢ଼ିଯାଇଥିଲା। ଏହାପରଠୁ ବିଶ୍ୱବିଦ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ
ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…
ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?
ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍ପିଜି…
ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ
ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…
ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା
ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…
Archives

