ପଞ୍ଚାୟତ ନିର୍ବାଚନ ପାଇଁ ୬ ମାସ ଥିବାବେଳେ ଅଣ୍ଟାଭିଡିଲେ ଏନଏସି ଯୁବମୋର୍ଚ୍ଚା: ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ…

ଗଞ୍ଜାମ ,୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସିର ଯୁବ ମୋର୍ଚ୍ଚାର ଏକ ସାଙ୍ଘଠନିକ ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଏନଏସି ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରଭାରୀ ତଥା ବରିଷ୍ଠ ଯୁବ ନେତା ବିକ୍ରମ ପାଣିଗ୍ରାହୀ, ଓ ଜିଲା ଯୁବ ମୋର୍ଚ୍ଚା ସଭାପତି ସୋମନାଥ ପାତ୍ର ଯୋଗଦେଇ
ଆଜିର ସମୟରେ ଯୁବ ମୋର୍ଚ୍ଚାର ଭୂମିକାକୁ ଗୁରୁତ୍ୱ ଦେଇଥିଲେ। ଏହା ସହ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲେ। ଆଗାମୀ ଏନଏସି ନିର୍ବାଚନ ଓ ପଂଚାୟତ ନିର୍ବାଚନ ପାଇଁ ମାତ୍ର ଛଅ ମାସ ଥିବା ବେଳେ ଯୁବମୋର୍ଚ୍ଚା ଆଜିଠାରୁ ହିଁ ତାର କାମ ଆରମ୍ଭ କରିଦେଇଛି। ଯୁବ ମୋର୍ଚ୍ଚା କିପରି ବୁଥସ୍ତରରେ ମଜବୁତ ହେବ, ସେନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ଆହ୍ବାନ ଦେବା, ଜୁନ ପାଞ୍ଚ ତାରିଖରେ ବିଶ୍ୱ ପରିବେଷ ଦିବସ ଠାରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବାକୁ କହିଥିଲେ। ଏହି ବୈଠକରେ ପୂର୍ବତନ କାଉନସିଲର ଦୁର୍ଗାମାଧବ ପାଣିଗ୍ରାହୀ, ମଣ୍ଡଳସଭାପତି ଭଗବାନ ପ୍ରଧାନ, ଆଶୁତୋଷ ଦାସ,ବିଧାୟକ ପ୍ରତିନିଧି ରାନୁ ବୈଠାରୁ ଦଳୀୟ ସଙ୍ଘଠନକୁ ମଜବୁତ କରିବା ପାଇଁ କହିଥିଲେ । ଏହା ସହ ଯୁବ ନେତା ପପୁ ମାହାନ୍ତି,ହର ପ୍ରସାଦ ବାରିକ,ରାମ ବେହେରା,ସୁନୀଲ ବେହେରା , ଦୁର୍ଯ୍ୟୋଧନ ମହଙ୍କୁଡ,ରଞ୍ଜିତ ନାୟକ,କାହ୍ନୁ ନାୟକରୟାଲ ବେହେରା,ସଚିନ ପ୍ରଧାନ, ମାନସ ରାଉଳ,ସୁଶୀଲ ବେହେରା,ପ୍ରମୁଖ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଏହା ସହ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ମଣ୍ଡଳ, ହୂମ୍ମା ମଣ୍ଡଳ, ରମ୍ଭା ଏନଏସି ଠାରେ ମଧ୍ୟ ଯୁବ ମୋର୍ଚ୍ଚାର ମଣ୍ଡଳସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

Odisha’s No.1 Odia Daily

Share