Posted inଜାତୀୟ

ମୋବାଇଲ ନେଟ୍‌ଓ୍ବର୍କକୁ ଅକ୍ତିଆର କରିପାରିବ କେନ୍ଦ୍ର

ନୂଆଦିଲ୍ଲୀ,୧୯ା୧୨: ଜନସାଧାରଣଙ୍କ ନିରାପତ୍ତା କିମ୍ବା ଜରୁରୀ ସ୍ଥିତିରେ କେନ୍ଦ୍ର ସରକାର ଯେକୌଣସି ଟେଲି ଯୋଗାଯୋଗ ନେଟ୍‌ଓ୍ବର୍କକୁ ସାମୟିକ ଭାବେ ନିଜ ଅକ୍ତିଆରକୁ ନେଇପାରିବେ। କେନ୍ଦ୍ର ଆଣିଥିବା ପ୍ରସ୍ତାବିତ ଟେଲିକମ୍ୟୁନିକେଶନ ଆଇନରେ ଏଭଳି ବ୍ୟବସ୍ଥା ରହିଛି। ପାର୍ଲାମେଣ୍ଟ ସୁରକ୍ଷା ବିଭ୍ରାଟକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଗୃହରେ ଉତ୍ତର ରଖନ୍ତୁ ବୋଲି ବିରୋଧୀ ସଦସ୍ୟମାନେ ଦାବି ଜାରି ରଖିଥିବାବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଲୋକ ସଭାରେ ଟେଲିକମ୍ୟୁନିକେଶନ୍ସ ବିଲ୍‌,୨୦୨୩ ଉପସ୍ଥାପନ କରିଛନ୍ତି। ଜରୁରୀ ସ୍ଥିତି ଉପୁଜିଲେ କିମ୍ବା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯଦି କେନ୍ଦ୍ର କିମ୍ବା ରାଜ୍ୟ ସରକାର ଅଥବା ଉଭୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ଭାବେ ଅଧିକୃତ କୌଣସି ଅଧିକାରୀ ଅନୁଭବ କରନ୍ତି ଯେ, ମୋବାଇଲ ନେଟ୍‌ଓ୍ବର୍କକୁ ସାମୟିକ ଭାବେ ଅକ୍ତିଆର କରିବାକୁ ହେବ, ତେବେ ସେମାନେ ବିଜ୍ଞପ୍ତି ଦେଇ ତାହା କରିପାରିବେ। ସେହିପରି ଜାତୀୟ ସୁରକ୍ଷା କାରଣରୁ ପ୍ରସାରଣ ନିଷିଦ୍ଧ ହୋଇ ନ ଥିଲେ ସ୍ବୀକୃତିପ୍ରାପ୍ତ ଖବରଦାତାଙ୍କ ବାର୍ତ୍ତାକୁ ଅବରୋଧ କରାଯିବ ନାହିଁ । ଚିଠା ବିଲ୍‌ର ଧାରା (କ) ଏବଂ ଉପଧାରା(୨)ରେ ସେମାନଙ୍କ ପ୍ରସାରଣକୁ ନିଷିଦ୍ଧ କରାଯାଇ ନ ଥିଲେ ଭାରତରେ ପ୍ରକାଶିତ ହେବାକୁ ଥିବା ପ୍ରେସ୍‌ ବାର୍ତ୍ତା, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସ୍ବୀକୃତିପ୍ରାପ୍ତ ଖବରଦାତାଙ୍କ ବାର୍ତ୍ତାକୁ ଅଟକାଯିବ ନାହିଁ। ଜନସୁରକ୍ଷା ଦୃଷ୍ଟିରୁ ସରକାର ଯେକୌଣସି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବାର୍ତ୍ତାକୁ ସିଧାସଳଖ ଅବରୋଧ କରିପାରିବେ। ସେହିପରି ଟେଲି ଯୋଗାଯୋଗ ନେଟ୍‌ଓ୍ବର୍କକୁ ସ୍ଥଗିତ ରଖିବା କ୍ଷମତା ସରକାରଙ୍କୁ ଦିଆଯାଇଛି।
ବିଲ୍‌ରେ ଉଲ୍ଲେଖ ରହିଛି ଯେ, ଭାରତର ସାର୍ବଭୌମତ୍ୱ ଓ ସଂହତି ଦୃଷ୍ଟିରୁ, ରାଷ୍ଟ୍ରର ପ୍ରତିରକ୍ଷା ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଯେକୌଣସି ବ୍ୟକ୍ତି ବା ବ୍ୟକ୍ତିସମୂହଙ୍କ ମଧ୍ୟରେ ବାର୍ତ୍ତା ଯେକୌଣସି ଟେଲି ଯୋଗାଯୋଗ ଉପକରଣରୁ କୌଣସି ନିର୍ଦ୍ଦିଷ୍ଟ ବିଷୟ ଉପରେ କୌଣସି ଟେଲିକମ୍ୟୁନିକେଶନ ସେବା ବା ନେଟ୍‌ଓ୍ବର୍କ ଦ୍ୱାରା ପ୍ରସାରଣ ହେବାକୁ ଆସିଥିଲେ ବା ହୋଇଥିଲେ କିମ୍ବା ନେଟ୍‌ଓ୍ବର୍କ ଏହାକୁ ଗ୍ରହଣ କରିଥିଲେ ତାହାକୁ ପ୍ରସାରଣ କରାଯିବ ନାହିଁ କିମ୍ବା ଅଟକ ରଖାଯିବ ଅଥବା ଗୋଇନ୍ଦା ଅଧିକାରୀଙ୍କୁ ଅବଗତ କରାଯିବ। ବାର୍ତ୍ତାକୁ ବେଆଇନ ଭାବେ ଅବରୋଧ କରାଗଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ୨ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଅଥବା ଉଭୟ ଦଣ୍ଡ ବ୍ୟବସ୍ଥା ରହିଛି। ଚିଠା ଆଇନରେ ଟେଲିକମ୍‌ ବିବାଦ ସମାଧାନ ଓ ଆପିଲେଟ୍‌ ଟ୍ରିବ୍ୟୁନାଲର ବ୍ୟବସ୍ଥା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri