Categories: ଜାତୀୟ

ଟିକାକରଣରେ ସିରିଞ୍ଜ୍‌ର ଅଭାବ: ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ,୯ା୧୦: ଘରୋଇ ଉତ୍ପାଦନ ତଥା ଯୋଗାଣ ବୃଦ୍ଧି ପାଇଁ ସିରିଞ୍ଜ ରପ୍ତାନି ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ୩ ମାସ ପାଇଁ କେବଳ ତିନୋଟି ବର୍ଗର ସିରିଞ୍ଜ ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି।

ମନ୍ତ୍ରଣାଳୟ କହିଛି, ସମସ୍ତ ଯୋଗ୍ୟ ନାଗରିକଙ୍କୁ ଟିକାକରଣ ପାଇଁ ସିରିଞ୍ଜ ଗୁରୁତ୍ୱପୂର୍ଣ୍ଣ ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୯୪ କୋଟି ଟିକା ଦିଆଯାଇଛି ଏବଂ ଶୀଘ୍ର ୧୦୦ କୋଟି ଟିକା ମିଳିବ।

ବିଶେଷଜ୍ଞଙ୍କ ଅନୁଯାୟୀ, ବିଶ୍ୱ ଜନସଂଖ୍ୟାର ୬୦ ପ୍ରତିଶତ ଲୋକଙ୍କୁ କରୋନା ଟିକା ଦେବା ପାଇଁ ୮୦୦ରୁ ୧୦୦୦ କୋଟି ସିରିଞ୍ଜ ଆବଶ୍ୟକ। ହିନ୍ଦୁସ୍ତାନ ସିରିଞ୍ଜ ଏବଂ ମେଡିକାଲ ଡିଭାଇସ (HMD) ଏବଂ ଇସ୍କନ (ISKCON) ସର୍ଜିକାଲ ବିଶ୍ୱର ସବୁଠୁ ବଡ଼ ସିରିଞ୍ଜ ନିର୍ମାତା। ଯାହାକି ଭାରତର ଅଟେ। ଏଭଳି ପରିସ୍ଥିତିରେ ଭାରତରୁ ବିଶ୍ୱର ଆଶା ସ୍ବାଭାବିକ ହୋଇଥାଏ। କରୋନା ମହାମାରୀ ପୂର୍ବରୁ ଭାରତ ୨୦୦ କୋଟି ସିରିଞ୍ଜ ରପ୍ତାନି କରିଥିଲା।

Share