ତଥ୍ୟ ଦେଉନାହାନ୍ତି କେନ୍ଦ୍ରୀୟ ସଂସ୍ଥା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ମହାନଦୀ ଜଳ ବିବାଦ ମାମଲା ଘୁଞ୍ଚି ଘୁଞ୍ଚି ଯାଉଛି। କେନ୍ଦ୍ରୀୟ ସଂସ୍ଥା ଉଭୟ ଓଡ଼ିଶା କିମ୍ବା ଛତିଶଗଡ଼କୁ ତଥ୍ୟ ଦେଉନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ବିବାଦକୁ ନେଇ କେନ୍ଦ୍ରୀୟ ସଂସ୍ଥା ଅକ୍ଷମତା ପ୍ରକାଶ କରୁଛନ୍ତି। ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା ପକ୍ଷରୁ ୨୦୨୦ ଅଗଷ୍ଟରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ତଥ୍ୟ ପ୍ରମାଣ ମଗାଯାଇଥିଲା। ଏହାଛଡ଼ା ମହାନଦୀ ବିବାଦ ଟ୍ରିବ୍ୟୁନାଲ ଉଭୟ ରାଜ୍ୟକୁ ଆବଶ୍ୟକ କାଗଜପତ୍ର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୬ ମାସ ବିତିଯାଇଥିଲେ ସୁଦ୍ଧା କେନ୍ଦ୍ରୀୟ ଏଜେନ୍ସି କୌଣସି ପ୍ରମାଣ ପତ୍ର ଦେଉ ନ ଥିବା ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

୧୯୫୦ରୁ ମହାନଦୀ ଉପରେ ହୋଇଥିବା ୨୩ଟି ପ୍ରକଳ୍ପ ସମ୍ପର୍କରେ ବୈଷୟିକ ପରାମର୍ଶଦାତା କମିଟି ଦେଇଥିବା ସୁପାରିସ ବିଷୟରେ ଓଡ଼ିଶା ସରକାର କେନ୍ଦ୍ରୀୟ ଜଳ ଆୟୋଗକୁ ତଥ୍ୟ ମାଗିଥିଲେ। ଏଥିସହିତ ହୀରାକୁଦ ଡ୍ୟାମ୍‌ ପାଇଁ ୧୯୪୮ଏବଂ ୧୯୫୨ରେ କମିଟି ଦେଇଥିବା ଟର୍ମସ ଅଫ୍‌ ରେଫରେନ୍ସ ବିଷୟରେ ଓଡ଼ଶା ସରକାର ଜଳ ଶକ୍ତି ମନ୍ତ୍ରଣାଳୟକୁ ମାଗିଥିଲେ। ଏହାଛଡ଼ା ହୀରାକୁଦ ଜଳ ଭଣ୍ଡାର ସମ୍ପର୍କରେ ପବ୍ଲିକ ଆକାଉଣ୍ଟ୍‌ସ କମିଟି ରିପୋର୍ଟ ଏବଂ ମହାନଦୀ ଉପରେ ହୋଇଥିବା ୩୫ଟି ପ୍ରକଳ୍ପର ପରିବେଶ ମଞ୍ଜୁରୀ ରିପୋର୍ଟ ପରିବେଶ ମନ୍ତ୍ରଣାଳୟକୁ ଓଡ଼ିଶା ସରକାର ମାଗିଥିଲେ। ସେହିପରି ଛତିଶଗଡ଼ ସରକାର ମଧ୍ୟ ଭାରତୀୟ ପାଣିପାଗ ବିଭାଗକୁ କେତେକ ତଥ୍ୟ ମାଗିଥିଲେ। ତେବେ ଉଭୟ ରାଜ୍ୟକୁ କେନ୍ଦ୍ରୀୟ ସଂସ୍ଥା କୌଣସି ତଥ୍ୟ ଦେଉନାହାନ୍ତି। ୨୦୨୮ରେ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଏହାର କାର୍ଯ୍ୟକାଳ ଆସନ୍ତା ୨୦୨୩ରେ ଶେଷ ହେବ। ମାତ୍ର କେନ୍ଦ୍ରୀୟ ସଂସ୍ଥା କୌଣସି ପ୍ରକାର ସହଯୋଗ କରୁ ନ ଥିବାରୁ ଶୁଣାଣି ବିଳମ୍ବ ହେଉଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ଆସନ୍ତା ସୋମବାର ସୁଦ୍ଧା ନିଜର ପ୍ରମାଣପତ୍ର ଦାଖଲ କରିବାକୁ ଉଭୟ ଛତିଶଗଡ଼ ଏବଂ ଓଡ଼ିଶା ସରକାରଙ୍କୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କମନ ଫର୍ମାଟ୍‌ ଚୂଡ଼ାନ୍ତ ହେବ। ଫେବୃୟାରୀ ୬ରୁ ଶୁଣାଣି ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri