୬୬ କୋଟି ଟିକା କିଣିବ କେନ୍ଦ୍ର

ନୂଆଦିଲ୍ଲୀ,୧୮।୭ : କୋଭିଡ ସଂକମଣରୁ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ ଲାଗି କେନ୍ଦ୍ର ସରକାର ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପୂର୍ବରୁ ଅଧିକାଂଶ ଲୋକଙ୍କୁ ଟିକା ପ୍ରଦାନ ପାଇଁ ଶନିବାର ଉଭୟ ସେରମ ଓ ଭାରତ ବାୟୋଟେକକୁ ଅର୍ଡର ଦେଇଛନ୍ତି। କେନ୍ଦ୍ର ସରକାର ପ୍ରାୟ ୧୪ ହଜାର ୫୦୫ କୋଟି ଟଙ୍କାର ୬୬ କୋଟି ଡୋଜ୍‌ ଟିକା ପାଇଁ ବରାଦ ଦେଇଛନ୍ତି। ଉଭୟ କୋଭାକ୍ସିନ ଓ କୋଭିସିଲଡ୍‌ ଟିକା ପାଇଁ ଏହି ଅର୍ଡର ଦିଆଯାଇଛି। ତେବେ ୬୬ କୋଟି ଡୋଜ୍‌ କ୍ରୟ ପାଇଁ ମୂଲ୍ୟ ସଂଶୋଧନ କରାଯାଇଛି। ଟିକସକୁ ବାଦ ଦେଇ କୋଭିସିଲ୍ଡକୁ ୨୦୫ ଟଙ୍କା ଓ କୋଭାକ୍ସିନକୁ ୨୧୫ ଟଙ୍କାରେ କିଣାଯିବ ବୋଲି ଜଣାପଡିଛି। ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ୩୭.୫ କୋଟି କୋଭିସିଲ୍ଡ ଡୋଜ ଏବଂ ଭାରତ ବାୟୋଟେକରୁ ୨୮.୫ କୋଟି କୋଭାକ୍ସିନ ଡୋଜ ଅଗଷ୍ଟରୁ ଡିସେମ୍ବର ସୁଦ୍ଧା କ୍ରୟ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ ଉଭୟ ଡୋଜ ୧୫୦ଟଙ୍କାରେ କ୍ରୟ କରୁଥିବା ବେଳେ ନୂତନ କରୋନା ଟିକା କ୍ରୟ ନୀତି ଜୁନ୍‌ ୨୧ରୁ ଲାଗୁ ହେବା ପରେ ଏହାର ମୂଲ୍ୟ ସଂଶୋଧନ କରାଯାଇଛି।

Share