କେନ୍ଦ୍ର ଆଣିବ ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ: କରୋନା ଦ୍ୱାରା ଅର୍ଥ ବ୍ୟବସ୍ଥା ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ସରକାର ପୂର୍ବରୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ପୁଣି ଥରେ ଆଉ ଏକ ପ୍ୟାକେଜ ଆଣିବା ଦିଗରେ କାର୍ଯ୍ୟକ୍ରମ ଜାରି ରହିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ବର୍ତ୍ତମାନ ବିଭିନ୍ନ ମନ୍ତ୍ରଣାଳୟ ଏବଂ କ୍ଷେତ୍ରର ପରାମର୍ଶ ଗ୍ରହଣ କରାଯାଇଥିବା ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ଚାହିଦା ଫେରାଇ ଆଣିବା ଦିଗରେ ପ୍ରୋତ୍ସାହନ ପ୍ୟାକେଜ ଉପରେ ସରକାର ଧ୍ୟାନ ଦେଇପାରନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ। ଅନ୍ୟ ଏକ ପ୍ରୋତ୍ସାହନ ପ୍ୟାକେଜ ଆଣିବା ଉପରେ ବିକଳ୍ପ ବନ୍ଦ ହୋଇ ନାହିଁ। କେନ୍ଦ୍ର ସରକାର ନିରନ୍ତର ଭିତ୍ତିରେ ପଦକ୍ଷେପ ଜାରି ରଖିଛନ୍ତି। ଅନେକ ପ୍ରସଙ୍ଗ ବିଚାର କରିବାକୁ ରହିଛି ବୋଲି ବଜାଜ ମତ ରଖିଛନ୍ତି।
କରୋନାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ କିଭଳି ରହିଛି ତା’ର ଆକଳନ କରିବା ଲାଗି କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେତେ ପରିମାଣର ଜିଡିପି ଏହା ଦ୍ୱାରା ପ୍ରଭାବିତ ହୋଇଛି ତା’ର ମଧ୍ୟ ଆକଳନ କରାଯିବ। ସୂଚନାଯୋଗ୍ୟ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଜିଡିପି ୨୩.୯% ହ୍ରାସ ଘଟିଛି। ଜିଡିପି ପ୍ରାୟ ୧୦ରୁ ୧୫% ଖସିବ ବୋଲି ବିଶ୍ୱସ୍ତରୀୟ ଏଜେନ୍ସିଗୁଡ଼ିକ ଆକଳନ କରିଛନ୍ତି। ପୂର୍ବରୁ ଭାରତ ମାନ୍ଦାବସ୍ଥା ସହ ଲଢ଼େଇ କରୁଥିଲା। କରୋନା ଆସିବା ଫଳରେ ଏହା ବଜାରକୁ ଶକ୍ତ ଧକ୍କା ଦେଇଛି। ପୂର୍ବରୁ ଘୋଷଣା ହୋଇଥିବା ପ୍ୟାକେଜରେ ସରକାର ବିତ୍ତୀୟ ସହାୟତା ଭାବେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହା ଜିଡିପିର ମାତ୍ର ୧% ରହିଥିଲା। ୨୦ ଲକ୍ଷ କୋଟିର ପ୍ୟାଜେକ ମଧ୍ୟରୁ ଅଧିକାଂଶ ଋଣ ସହାୟତା ରହିଥିଲା। ହେଲେ ବଜାରରେ ଚାହିଦା ନ ଥିବା ପ୍ରଭାବିତ କମ୍ପାନୀ କିମ୍ବା ବ୍ୟକ୍ତିବିଶେଷ ଋଣ ପ୍ୟାଜେକ ଦ୍ୱାରା ଲାଭବାନ୍‌ ହେବେ ନାହିଁ ବୋଲି ବିଶେଷଜ୍ଞ କହିଥିଲେ। ସରକାରଙ୍କ ପ୍ୟାଜେକ ପରେ ବଜାରରେ ଚାହିଦା ଫେରିପାରୁନାହିଁ। ନିକଟରେ ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଚାହିଦା ବଢ଼ାଇବା ଲାଗି ୭୩ ହଜାର କୋଟି ଟଙ୍କାର ଆଉ ଏକ ଘୋଷଣା କରିଥିଲେ। ଏହା ବିଶେଷକରି ସରକାରୀ କର୍ମଚାରୀଙ୍କ ଲାଗି ରହିଥିଲା। କ୍ୟାଶ୍‌ ଭାଉଚର ସ୍କିମ୍‌, ଅଗ୍ରିମ, ବୋନସ ଏବଂ ପୁଞ୍ଜି ଖର୍ଚ୍ଚ ଏହା ମଧ୍ୟରେ ସାମିଲ ରହିଛି। ପ୍ରଭାବିତ ବଜାର ସ୍ଥିତିରେ ସରକାରଙ୍କ ଆଗାମୀ ପଦକ୍ଷେପ କ’ଣ ରହୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ୨ ମିନିଟ୍‌ରେ…

ନୂଆଦିଲ୍ଲୀ,୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୌତମ ବୁଦ୍ଧ ନଗର ଜିଲା ଜେଓ୍ବାରରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri