କେନ୍ଦ୍ର ଆଣିବ ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ: କରୋନା ଦ୍ୱାରା ଅର୍ଥ ବ୍ୟବସ୍ଥା ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ସରକାର ପୂର୍ବରୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ପୁଣି ଥରେ ଆଉ ଏକ ପ୍ୟାକେଜ ଆଣିବା ଦିଗରେ କାର୍ଯ୍ୟକ୍ରମ ଜାରି ରହିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ବର୍ତ୍ତମାନ ବିଭିନ୍ନ ମନ୍ତ୍ରଣାଳୟ ଏବଂ କ୍ଷେତ୍ରର ପରାମର୍ଶ ଗ୍ରହଣ କରାଯାଇଥିବା ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ଚାହିଦା ଫେରାଇ ଆଣିବା ଦିଗରେ ପ୍ରୋତ୍ସାହନ ପ୍ୟାକେଜ ଉପରେ ସରକାର ଧ୍ୟାନ ଦେଇପାରନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ। ଅନ୍ୟ ଏକ ପ୍ରୋତ୍ସାହନ ପ୍ୟାକେଜ ଆଣିବା ଉପରେ ବିକଳ୍ପ ବନ୍ଦ ହୋଇ ନାହିଁ। କେନ୍ଦ୍ର ସରକାର ନିରନ୍ତର ଭିତ୍ତିରେ ପଦକ୍ଷେପ ଜାରି ରଖିଛନ୍ତି। ଅନେକ ପ୍ରସଙ୍ଗ ବିଚାର କରିବାକୁ ରହିଛି ବୋଲି ବଜାଜ ମତ ରଖିଛନ୍ତି।
କରୋନାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ କିଭଳି ରହିଛି ତା’ର ଆକଳନ କରିବା ଲାଗି କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେତେ ପରିମାଣର ଜିଡିପି ଏହା ଦ୍ୱାରା ପ୍ରଭାବିତ ହୋଇଛି ତା’ର ମଧ୍ୟ ଆକଳନ କରାଯିବ। ସୂଚନାଯୋଗ୍ୟ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଜିଡିପି ୨୩.୯% ହ୍ରାସ ଘଟିଛି। ଜିଡିପି ପ୍ରାୟ ୧୦ରୁ ୧୫% ଖସିବ ବୋଲି ବିଶ୍ୱସ୍ତରୀୟ ଏଜେନ୍ସିଗୁଡ଼ିକ ଆକଳନ କରିଛନ୍ତି। ପୂର୍ବରୁ ଭାରତ ମାନ୍ଦାବସ୍ଥା ସହ ଲଢ଼େଇ କରୁଥିଲା। କରୋନା ଆସିବା ଫଳରେ ଏହା ବଜାରକୁ ଶକ୍ତ ଧକ୍କା ଦେଇଛି। ପୂର୍ବରୁ ଘୋଷଣା ହୋଇଥିବା ପ୍ୟାକେଜରେ ସରକାର ବିତ୍ତୀୟ ସହାୟତା ଭାବେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହା ଜିଡିପିର ମାତ୍ର ୧% ରହିଥିଲା। ୨୦ ଲକ୍ଷ କୋଟିର ପ୍ୟାଜେକ ମଧ୍ୟରୁ ଅଧିକାଂଶ ଋଣ ସହାୟତା ରହିଥିଲା। ହେଲେ ବଜାରରେ ଚାହିଦା ନ ଥିବା ପ୍ରଭାବିତ କମ୍ପାନୀ କିମ୍ବା ବ୍ୟକ୍ତିବିଶେଷ ଋଣ ପ୍ୟାଜେକ ଦ୍ୱାରା ଲାଭବାନ୍‌ ହେବେ ନାହିଁ ବୋଲି ବିଶେଷଜ୍ଞ କହିଥିଲେ। ସରକାରଙ୍କ ପ୍ୟାଜେକ ପରେ ବଜାରରେ ଚାହିଦା ଫେରିପାରୁନାହିଁ। ନିକଟରେ ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଚାହିଦା ବଢ଼ାଇବା ଲାଗି ୭୩ ହଜାର କୋଟି ଟଙ୍କାର ଆଉ ଏକ ଘୋଷଣା କରିଥିଲେ। ଏହା ବିଶେଷକରି ସରକାରୀ କର୍ମଚାରୀଙ୍କ ଲାଗି ରହିଥିଲା। କ୍ୟାଶ୍‌ ଭାଉଚର ସ୍କିମ୍‌, ଅଗ୍ରିମ, ବୋନସ ଏବଂ ପୁଞ୍ଜି ଖର୍ଚ୍ଚ ଏହା ମଧ୍ୟରେ ସାମିଲ ରହିଛି। ପ୍ରଭାବିତ ବଜାର ସ୍ଥିତିରେ ସରକାରଙ୍କ ଆଗାମୀ ପଦକ୍ଷେପ କ’ଣ ରହୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri