Categories: ଜାତୀୟ

ଏମ୍‌ଏସ୍‌ପି ଲାଗି ଚାଷୀଙ୍କୁ ନେତାଙ୍କ ନାଁ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ,୧।୧୨: ପାର୍ଲାମେଣ୍ଟରେ ୩ ବିବାଦୀୟ କୃଷି ଆଇନ ରଦ୍ଦ ବିଲ୍‌ ଗୃହୀତ ହେବାର ଦିନକ ପରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଏବଂ ଅନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିବାକୁ ଯାଉଛନ୍ତି। ଉକ୍ତ କମିଟିରେ ୫ ଚାଷୀନେତାଙ୍କୁ ସାମିଲ କରାଯିବ। ଏଥିପାଇଁ ସରକାର ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)କୁ ସେମାନଙ୍କ ନାମ ମାଗିଛି। ଏହା ଉପରେ ଡିସେମ୍ବର ୪ରେ ନିଷ୍ପତ୍ତି ନିଆଯିବ ବୋଲି ମଙ୍ଗଳବାର କୃଷକ ନେତା ଦର୍ଶନ ପାଲ୍‌ ସିଂ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ଆଣିଥିବା ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକଙ୍କ ଆଗରେ ସରକାର ମୁଣ୍ଡ ନୁଆଁଇ ଶେଷରେ ଏହାକୁ ଉଚ୍ଛେଦ କରିଛନ୍ତି।

Share