ଏମ୍‌ଜିଏନ୍‌ଆରଇଜିଏସ୍‌ରେ କେନ୍ଦ୍ର ଦେଉନି ଅର୍ଥ

ଭଞ୍ଜନଗର,୧୩।୨(ଡି.ଏନ.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଆସିବା ପରଠୁ ବେକାରଙ୍କୁ ଆତ୍ମନିଯୁକ୍ତି ଯୋଗାଇବାରେ ପ୍ରମୁଖ ଯୋଜନା ପାଲଟିଛି । ଏହାଦ୍ୱାରା ବେକାରି ସମସ୍ୟା ମଧ୍ୟ କିଛି ମାତ୍ରାରେ କମିଛି। କିନ୍ତୁ ବିଭିନ୍ନ ସମୟରେ ଭିନ୍ନ କାରଣରୁ ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ। ତେଣୁ ଯୋଜନାର ସୁଫଳ ଜନସାଧାରଣ ପାଇପାରୁ ନାହାନ୍ତି। ବର୍ତ୍ତମାନ ଉକ୍ତ ଯୋଜନାରେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରୁ ଅର୍ଥ ଆସୁନାହିଁ । ଫଳରେ ଶ୍ରମିକମାନଙ୍କୁ ନିର୍ଦ୍ଧାରିତ ସମୟରେ ପାରିଶ୍ରମିକ ପ୍ରଦାନ କରାଯାଇ ପାରୁନାହିଁ। ପ୍ରତି ୧୫ ଦିନକୁ ଥରେ ଶ୍ରମିକମାନଙ୍କୁ ଜବ୍‌କାର୍ଡ଼ ମାଧ୍ୟମରେ ପାରିଶ୍ରମିକ ପ୍ରଦାନ ଯୋଜନାରେ ନିୟମ ଅଛି। ଏଥିରେ ଖିଲାପ କଲେ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବ୍ୟବସ୍ଥା ଅଛି ।
ବର୍ତ୍ତମାନ ସରକାର ନିର୍ଦ୍ଧାରିତ ସମୟରେ ଶ୍ରମିକମାନଙ୍କ ଆକାଉଣ୍ଟକୁ ଟଙ୍କା ଛାଡ଼ୁନାହାନ୍ତି । ସରକାର ଓଲଟା ନିୟମ ଉଲ୍ଲଂଘନ କରୁଛନ୍ତି । ବିଗତ କିଛି ବର୍ଷ ହେବ ଏହା ଦେଖିବାକୁ ମିଳୁଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଡିସେମ୍ବର ଶେଷ ସପ୍ତାହରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଉକ୍ତ ଯୋଜନାରେ ଅର୍ଥ ଦେଇନାହିଁ । ଫଳରେ ଭଞ୍ଜନଗର ବ୍ଲକର ଶ୍ରମିକମାନଙ୍କ ପାରିଶ୍ରମିକ ବାବଦକୁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇ ପାରିନାହିଁ । ଏଥିସହ ବନ ବିଭାଗରେ ମଧ୍ୟ ହୋଇଥିବା କାମର ପାରିଶ୍ରମିକ ଶ୍ରମିକମାନଙ୍କୁ ପ୍ରଦାନ କରାଯାଇ ପାରିନାହିଁ । ଅର୍ଥ ଠିକ୍‌ ଭାବେ ଆସୁ ନ ଥିବା ଯୋଗୁ ଶ୍ରମିକମାନଙ୍କ କାମ ପ୍ରତି ଆଗ୍ରହ କମିଯାଉଛି । ବିଗତ ୬ ମାସରୁ ଊର୍ଦ୍ଧ୍ୱ ଦିନ ହେବ ଉକ୍ତ ଯୋଜନାରେ ସରକାର ଏସ୍‌ସି, ଏସ୍‌ଟି, ଅନ୍ୟାନ୍ୟ ଜାତି ଭିତ୍ତିରେ ପାରିଶ୍ରମିକ ଅର୍ଥ ପ୍ରଦାନ କରୁଛନ୍ତି । କେତେବେଳେ କେଉଁ ଜାତିକୁ ପ୍ରଥମେ ବକେୟା ପାରିଶ୍ରମିକ ଅର୍ଥ ପ୍ରଦାନ କରୁଛନ୍ତି ।
ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୭ରେ ଶ୍ରମିକମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା । ଅନ୍ୟପଟେ ବନ ବିଭାଗ କର୍ମଚାରୀ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ଉକ୍ତ ଯୋଜନାରେ କାମ କରିବାକୁ ଅନାଗ୍ରହ ପ୍ରଦର୍ଶନ କରୁଛନ୍ତି । ବନ ବିଭାଗରେ ଉକ୍ତ ଯୋଜନା ମନ୍ଥର ଗତିରେ ଚାଲିଥିବାକୁ ନେଇ ବିଭାଗୀୟ ଉଚ୍ଚ କତ୍ତର୍ର୍ୃପକ୍ଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବନ ବିଭାଗରେ ଅଧିକରୁ ଅଧିକ ଶ୍ରମ ଦିବସ କିଭଳି ସୃଷ୍ଟି କରାଯାଇ ପାରିବ ସେନେଇ ଶୁକ୍ରବାର ସ୍ଥାନୀୟ ନର୍ସରୀ ପରିସରରେ ଏକ ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ ଡିଏଫ୍‌ଓ ଅଭୟ କାନ୍ତ ଦଳେଇ ଅଧ୍ୟକ୍ଷତା କରି ଯୋଜନାର ସଫଳ ରୂପାୟନ ସହ ଅଧିକରୁ ଅଧିକ ଲୋକଙ୍କୁ କିଭଳି କର୍ମନିଯୁକ୍ତି ମିଳିପାରିବ ସେ ଉପରେ କହିଥିଲେ। ଏନେଇ ବିଡିଓ ଅନିଲ କୁମାର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଟଙ୍କା ଯେତେବେଳେ ଆସୁଛି ସେତେବେଳେ ଶ୍ରମିକମାନଙ୍କ ଆକାଉଣ୍ଟକୁ ଛଡ଼ାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri