ବାହାନଗା ଟ୍ରେନ ଦୁର୍ଘଟଣା: ଷ୍ଟେଶନମାଷ୍ଟରଙ୍କ ସମେତ ୩ଜଣଙ୍କୁ ଉଠାଇନେଲା ସିବିଆଇ

ବାହାନଗା/ବାଲେଶ୍ୱର ଅଫିସ,(ଡି.ଏନ.ଏ.)/ଭୁବନେଶ୍ୱର, ୧୨ା୬ (ବ୍ୟୁରୋ): ଟ୍ରେନ ଦୁର୍ଘଟଣାର ୧୦ଦିନ ପରେ ରବିବାର ବାହାନଗା ଷ୍ଟେଶନମାଷ୍ଟରଙ୍କ ସମେତ ଆସିଷ୍ଟାଣ୍ଟ ଷ୍ଟେଶନମାଷ୍ଟର ଓ ଟେକ୍ନିସିଆନଙ୍କୁ ଉଠାଇ ନେଇଛି ସିବିଆଇ। ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରିବା ସହ ସେମାନଙ୍କ ସିଡିଆର୍‌ ଯାଞ୍ଚ କରୁଥିବା ସୂଚନା ମିଳିଛି।
ଗତ ୨ତାରିଖ ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏବେ ବି ଶତାଧିକ ଯାତ୍ରୀ ଚିକିତ୍ସାଧୀନ ଅଛନ୍ତି। ସିଗ୍‌ନାଲ ତ୍ରୁଟିଜନିତ କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବାବେଳେ ଏହାର ସତ୍ୟାସତ୍ୟ ସମ୍ପର୍କରେ ସିବିଆଇ ତଦନ୍ତ କରୁଛି ା ତେବେ ସିବିଆଇ ଯାଞ୍ଚବେଳେ ବଡ଼ ତଥ୍ୟ ସାମ୍ନାକୁ ଆସିଛି।
୨ ତାରିଖ ସକାଳେ ଆସିଷ୍ଟାଣ୍ଟ ଷ୍ଟେଶନମାଷ୍ଟରଙ୍କୁ ଏହି ତ୍ରୁଟି ବିଷୟରେ କର୍ମଚାରୀମାନେ ଅବଗତ କରାଇଥିଲେ। ଟେକ୍ନିସିଆନଙ୍କୁ ଡକାଯାଇଥିଲେ ମଧ୍ୟ ସେ ଆସିବାରେ ବିଳମ୍ବ ହେବାରୁ ତାଙ୍କୁ ଷ୍ଟେଶନମାଷ୍ଟର ବାରମ୍ବାର ଫୋନ୍‌ କରିଥିଲେ। ଏପରିକି ଟ୍ରେନ୍‌ ଯିବ ବୋଲି ଅସ୍ଥାୟୀ ଭାବେ ଠିକ୍‌ କରିବାକୁ କହିଥିଲେ। ଟେକ୍ନିସିଆନ ପୂର୍ବାହ୍ନ ୧୧ଟାବେଳେ ସିଗ୍‌ନାଲ ସିଷ୍ଟମକୁ ଅସ୍ଥାୟୀ ଭାବେ ଠିକ୍‌ କରିଦେଇଥିଲେ। ତେବେ ଉକ୍ତ ସିଗ୍‌ନାଲ ଠିକ୍‌ ଭାବେ କାମ କରୁଛି କି ନାହିଁ ସେ ନେଇ ଷ୍ଟେଶନମାଷ୍ଟର ଯାଞ୍ଚ କରି ନ ଥିଲେ। ଫଳରେ ସନ୍ଧ୍ୟା ସମୟରେ ସେଥିରେ ପୁନର୍ବାର ଗଡବଡ ଦେଖାଦେଇଥିଲା, ଯେଉଁଥିପାଇଁ ଦୁର୍ଘଟଣା ଘଟିଲା ବୋଲି ସିବିଆଇ ଜାଣିବାକୁ ପାଇଥିବା ସୂଚନା ମିଳିଛି।
ଏନେଇ ଦକ୍ଷିଣ-ପୂର୍ବ ରେଳପଥର ସିପିଆର୍‌ଓ ଆଦିତ୍ୟ ଚୌଧୁରୀ କହିଛନ୍ତି, ଲାଗାତାର ଭାବେ ସିବିଆଇର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀଙ୍କୁ ପଚରାଉଚରା କରୁଛି। ଖୁବ୍‌ଶୀଘ୍ର ଦୁର୍ଘଟଣା ପଛରେ କାହାର ଷଡଯନ୍ତ୍ର ଥିଲା କି ଟେକ୍ନିକାଲ ସିଷ୍ଟମ୍‌ରେ ଭୁଲ୍‌ ଥିଲା ତାହାର ପ୍ରମାଣ ସିବିଆଇ ପାଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?