Posted inଜାତୀୟ

ସୁପ୍ରିମକୋର୍ଟରେ ପହଞ୍ଚିଲା ହାଥରସ ଦଳାଚକଟା ଘଟଣା, ଏପଟେ ଭୋଲେ ବାବା ନିଖୋଜ

ହାଥରସ,୩।୭: ଉତ୍ତରପ୍ରଦେଶର ହାଥରସ ଜିଲାରେ ଏକ ସତସଙ୍ଗ ସମୟରେ ଭୟଙ୍କର ଦଳାଚକଟା ଘଟିଛି। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୧୨୧ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେପଟେ ଦୁର୍ଘଟଣା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆଇନଜୀବୀ ବିଶାଲ ତିୱାରୀ ଏହି ଆବେଦନ କରିଛନ୍ତି। ହାଥରସ ଦୁର୍ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ ଏବଂ ଆତ୍ମଘୋଷିତ ଭୋଲେ ବାବା ନିଖୋଜ ଅଛନ୍ତି।

ଦାଖଲ ହୋଇଥିବା ଆବେଦନରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ଏବଂ ଯାଞ୍ଚ କରିବାକୁ ଦାବି କରାଯାଇଛି। ଭବିଷ୍ୟତରେ ଏପରି ଘଟଣା ଯେପରି ନ ହୁଏ ସେଥିପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶାବଳୀ ଜାରି କରାଯିବା ଉଚିତ ବୋଲି ଆବେଦନରେ କୁହାଯାଇଛି। ଏଥିସହ ଘଟଣାସ୍ଥଳରେ ଚିକିତ୍ସା ସୁବିଧା ସମ୍ପର୍କରେ କ’ଣ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ତଦନ୍ତ କରାଯିବାକୁ ଦାବି କରାଯାଇଛି।

ଘଟଣାକୁ ନେଇ ପୋଲିସ ଦ୍ୱାରା ଏଫଆଇଆର ରୁଜୁ ହୋଇଛି। କିନ୍ତୁ ଏହି ଏଫଆଇଆରେ ମୁଖ୍ୟ ସେବାଦାରଙ୍କ ସମେତ ଅନ୍ୟ ଅଜ୍ଞାତ ଆୟୋଜକଙ୍କ ନାମ ଉଲ୍ଲେଖ କରାଯାଇଛି, କିନ୍ତୁ ସତସଙ୍ଗ କରିଥିବା ଭୋଲେ ବାବାଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ। ଯଦି ତାଙ୍କୁ ଅଭିଯୁକ୍ତ ବୋଲି ଅଭିହିତ କରାଯାଇ ନାହିଁ, ତେବେ ବାବା ପୋଲିସର ସୁରକ୍ଷା ଅଧୀନରେ ନିଖୋଜ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘୨୪ ଘଣ୍ଟାରେ ଓମ୍‌ ବିର୍ଲାଙ୍କ ଝିଅଙ୍କ ବିରୋଧରେ କରାଯାଇଥିବା ବିବାଦୀୟ ପୋଷ୍ଟ ହଟାଅ’

ନୂଆଦିଲ୍ଲୀ,୨୩।୭: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲାଙ୍କ ନାମରେ ଅପମାନଜନକ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

NEET-UG ପେପର୍‌ ଲିକ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପୁନଃ ପରୀକ୍ଷା ହେବ ନାହିଁ …

ନୂଆଦିଲ୍ଲୀ,୨୩।୭: ନିଟ୍‌ ୟୁଜି-୨୦୨୪ ପରୀକ୍ଷା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଦେଇଛନ୍ତି। ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ଉପରେ ନିର୍ଭର କରୁଛି। ଏଣୁ...

ରାଜ୍ୟ ସଭାରେ ଗର୍ଜିଲା ବିଜେଡି, ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୩।୭: ବଜେଟରେ ଓଡ଼ିଶାକୁ ଅବହେଳା କରାଯିବାକୁ ନେଇ କକ୍ଷତ୍ୟାଗ କରିଛି ବିଜେଡି।ଏଥିସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ...

ମୋଦିଙ୍କ ବଜେଟରେ ଖୁସି ହୋଇଗଲେ ନୀତୀଶ, କହିଲେ ଆମେ ମାଗିଥିଲୁ କେବଳ…

ନୂଆଦିଲ୍ଲୀ,୨୩।୭: ସାଧାରଣ ବଜେଟକୁ ନେଇ ବିହାରରେ ଅନେକ ରାଜନୈତିକ ଆଲୋଚନା ଚାଲିଛି। ଏହି ସମୟରେ ସିଏମ ନୀତୀଶ କୁମାର ମଙ୍ଗଳବାର ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ...

‘ବେକାରୀ-ମୁଦ୍ରାସ୍ଫୀତି, କୃଷକ-ମହିଳା-ଯୁବକଙ୍କ ପ୍ରସଙ୍ଗ ଗାଏବ’, ବଜେଟକୁ ନେଇ ଅଖିଳେଶଙ୍କ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ମୋଦି ୩.୦ର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଭାଜପା ନେତା ଏବଂ ଏହାର ସହଯୋଗୀମାନେ ମୋଦି ସରକାରଙ୍କ ପ୍ରଥମ...

କ୍ୟାନସର ରୋଗୀ ମାସକୁ ସଞ୍ଚୟ କରିପାରିବେ ୪୦ ହଜାର ଟଙ୍କା, ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୩.୦ ର ପ୍ରଥମ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଉପସ୍ଥାପନ କରିଛନ୍ତି। ଏଥିରେ କର୍କଟ ରୋଗୀଙ୍କ ପାଇଁ...

ମଧ୍ୟବିତ୍ତଙ୍କ ପାଇଁ ଲାଗିଲା ଲଟେରୀ, କର୍ମକ୍ଷେତ୍ରରେ ଇର୍ଣ୍ଟନଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକ ସଭାରେ ୨୦୨୪-୨୫ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍‌ରେ ଅର୍ଥମନ୍ତ୍ରୀ ରୋଜଗାରକୁ ନେଇ ବଡ଼ ଘୋଷଣା...

ସାଧାରଣ ଲୋକଙ୍କ ପାଇଁ ବଜେଟରେ କିଛି ନାହିଁ…, ମୋଦି ସରକାରଙ୍କୁ ଟାର୍ଗେଟ କଲେ ଥରୁର

ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ସଂସଦରେ ମୋଦି ସରକାର ୩.୦ର ପ୍ରଥମ ବଜେଟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri