ଏସ୍‌ଆଇଙ୍କ ନାମରେ ମାମଲା ରୁଜୁ

ହାଟଡିହୀ,୪।୭(ଡି.ଏନ୍‌.ଏ.): ଗତ ପଞ୍ଚାୟତ ନିର୍ବାଚନରେ ଆକ୍ରୋଶମୂଳକ ଭାବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଧରିତ୍ରୀ ଖବରଦାତା ଶୁଭକାନ୍ତ ନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ଧମକ ଦେବା ସହ ଆକ୍ରମଣ କରାଯାଇଥିଲା। ଏନେଇ ଜଣେ ପୋଲିସ ଏସ୍‌ଆଇଙ୍କୁ ମହଙ୍ଗା ପଡିଛି l

ଅନ୍ୟପକ୍ଷେ ନନ୍ଦିପଦା ପୋଲିସ ଖବରଦାତାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ନେଇ କୌଣସି ମାମଲା ରୁଜୁ କରି ନ ଥିଲା। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନନ୍ଦିପଦା ପୋଲିସ ଏକ ମାମଲା ରୁଜୁ କରିଛି। ଯାହା ଏବେ ଜିଲାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ସୂଚନାଯୋଗ୍ୟ, ଥାନାରେ କାର୍ଯ୍ୟରତ ପୋଲିସ ଏସ୍‌ଆଇ ବିଶ୍ୱଜିତ ବେହେରା କିଛି ପୋଲିସ କର୍ମଚାରୀଙ୍କ ସହ ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସୋଲପଟା ଗ୍ରାମରେ ରହୁଥିବା ଖବରଦାତା ଶୁଭକାନ୍ତ ନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ଧମକ ଦେଇଥିଲେ। ଏନେଇ ଖବରଦାତାଙ୍କ ବାପା ଧନେଶ୍ୱର ନାୟକ ଗତ ଫେବୃୟାରୀ ୧୯ରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ତା’ ପରଦିନ ଦିନ ଅର୍ଥାତ ୨୦ ତାରିଖରେ ପୁଣି ଏସ୍‌ଆଇ ବେହେରା ଖବରଦାତାଙ୍କ ଘରେ ପଶି ଆକ୍ରମଣ କରିଥିବା ନେଇ ଆଉ ଏକ ଅଭିଯୋଗ ହୋଇଥିଲା। ହେଲେ ପୋଲିସ କୌଣସି ମାମଲା ରୁଜୁ କରି ନ ଥିଲା।

ଫଳରେ ଧନେଶ୍ୱର ସେହିଦିନ ଥାନାରେ କରିଥିବା ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ (କେସ ନଂ ସିଆରଏଲ୍‌ ଏମ୍‌ପି ୪୦୨/୨୦୨୨) କ୍ରମେ ପୋଲିସ ଏକ ମାମଲା ରୁଜୁ କରି ହାଇକୋର୍ଟଙ୍କୁ ଜଣାଇଥିଲେ । କିନ୍ତୁ ୨୦ ତାରିଖ ଅଭିଯୋଗକୁ ପୋଲିସ ମାମଲା ରୁଜୁ ନ କରି ୧୯ ତାରିଖ ଅଭିଯୋଗକୁ ଭିତ୍ତି କରି ମାମଲା (ନଂ ୯୪/୨୦୨୨) ରୁଜୁ କରିଥିଲା।

ଏପରକି ହାଇକୋର୍ଟ ୨୦ ତାରିଖରେ ହୋଇଥିବା ଅଭିଯୋଗକୁ ନେଇ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦିପଦା ପୋଲିସ ଫେବୃୟାରୀ ୨୦ ତାରିଖରେ ହୋଇଥିବା ଅଭିଯୋଗକୁ ମାମଲା ରୁଜୁ କରିଛି l ମାମଲା ନଂ.୧୪୨/୨୯.୦୬.୨୦୨୨ ଏବଂ ଦଫା ୩୪୧, ୪୪୮, ୨୯୪, ୩୨୩, ୫୦୬, ୩୪, ୨୫ ଆମର୍ସ ଆକ୍ଟରେ ଏସଆଇ ବିଶ୍ୱଜିତ ଏବଂ ଅନ୍ୟ ୨୦ପୋଲିସ କର୍ମଚାରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ତେବେ ଏସଆଇ ବିଶ୍ୱଜିତ ବେହେରାଙ୍କ ନାମରେ ଦୁଇଟି ମାମଲା ରୁଜୁ ହୋଇଛି । ଅଭିଯୋଗ ପତ୍ରରେ ଏସ୍‌ଆଇ ବିଶ୍ୱଜିତଙ୍କ ଠିକଣା ଅଜଣା ବୋଲି ଉଲ୍ଲେଖ ରହିଛି । ପୋଲିସ ଗୋଟିଏ ମାମଲା ଅଭିଯୋଗର ୭୫ଦିନ ପରେ ରୁଜୁ କରିଥିବା ବେଳେ ଏବଂ ଅନ୍ୟ ଏକ ମାମଲା ୧୨୮ ଦିନ ପରେ ରୁଜୁ କରିଛି।

ସୂଚନା ଥାଉ ଏସଆଇ ବିଶ୍ୱଜିତଙ୍କ ନାମରେ ଧନେଶ୍ୱରଙ୍କ ପରିବାର ତରଫରୁ ନନ୍ଦିପଦା ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିଲା । ଯାହାକି ଏବେ କୋର୍ଟରେ ବିଚାରଧୀନ ରହିଛି। ଏହି ରାଗରେ ସେ ବାରମ୍ବାର ତାଙ୍କ ଘରକୁ ଯାଇ ଧମକ ଦେବା ସହ ଘରେ ପଶି ଆକ୍ରମଣ କରୁଥିବା ଧନେଶ୍ୱରଙ୍କ ପରିବାର ଲୋକ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri