ମାମଲା ଶୁଣାଣି ପାଇଁ ସମୟ ଧାର୍ଯ୍ୟ ରହିଛି

ସମ୍ବଲପୁର,୧୨।୧୧(ବ୍ୟୁରୋ):  ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ନିୟମ ରହିଛି। ଆଇନ ଅନୁସାରେ ଦଣ୍ଡିବିଧାନ ମଧ୍ୟ କରାଯାଉଛି। ୨୦୧୯ ପୂର୍ବରୁ ଉପଭୋକ୍ତା ସୁରକ୍ଷା ଆଇନର ପରିବର୍ତ୍ତନ କରାଯାଇଛି। ବିଭିନ୍ନ ସ୍ଥାନରେ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପୂର୍ବରୁ ମାମଲାର ଶୁଣାଣିରେ ବିଳମ୍ବ ହେଉଥିଲା। ହେଲେ ଏବେ ଧାର୍ଯ୍ୟ ସମୟ କରାଯାଇଛି। ଫଳରେ ଅଧିକରୁ ଅଧିକ ଉପଭୋକ୍ତା ନିଜ ସମସ୍ୟା ଓ ଠକେଇକୁ ନେଇ ମାମଲା ରୁଜୁ କରି ଆଇନଗତ ଲାଭ ନେଇପାରିବେ ବୋଲି ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ଉପଭୋକ୍ତା ସୁରକ୍ଷା ପରିଷଦ ବୈଠକରେ ମତପ୍ରକାଶ ପାଇଥିଲା।
ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ପରିଷଦ ସଭାପତି କୁମୁଦିନୀ ନାୟକ, ବିଧାୟକ ପ୍ରତିନିଧି ସମୀର ରଞ୍ଜନ ବାବୁ, ଗୋପି ରଞ୍ଜନ ବେହେରା, ଏଡିଏମ୍‌ ଅଜାମ୍ବର ମହାନ୍ତି ଓ ଉପଭୋକ୍ତା ଫୋରମ ବିଚାରପତି ରମାକାନ୍ତ ଶତପଥି ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ। ସେମାନେ ଦର୍ଶାଇଥିଲେ, ଉପଭୋକ୍ତାଙ୍କୁ ସୁରକ୍ଷା ଦେବାରେ ଉପଭୋକ୍ତା ପରିଷଦର ପ୍ରମୁଖ ଭୂମିକା ରହିଛି। ନିଜ ଅଞ୍ଚଳରେ ଘଟୁଥିବା ସମସ୍ୟା ଓ ଘଟଣା ଉପରେ ମତ ରଖି ଜିଲା ପରିଷଦ ଜରିଆରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇପାରିବେ। ଏବେ ଗ୍ରାହକମାନେ ଅନଲାଇନ ଠକେଇର ଶିକାର ହେଉଛନ୍ତି। ଏହାକୁ ରୋକିବା ପାଇଁ ପୋଲିସର ମୁଖ୍ୟ ଭୂମିକା ରହିଛି। ଏଥିସହ ସାମଗ୍ରୀରେ ଥିବା ଏମ୍‌ଆର୍‌ପିଠାରୁ ଅଧିକ ଦରରେ ବିକ୍ରି କରିବା, ସାମଗ୍ରୀର ମାନ ଯାଞ୍ଚ କରିବା, ତୈଳ ଜାତୀୟ ସାମଗ୍ରୀ ପରିମାଣ ଯାଞ୍ଚ କରିବା, ଓଜନ ମେଶିନ ଭଳି ସାମଗ୍ରୀକୁ ଗ୍ରାହକମାନେ ଯାଞ୍ଚ କରିବା ଉଚିତ। ସମୟ ଅନୁସାରେ ଯେତିକି ଅତ୍ୟାଧୁନିକ ପ୍ରଣାଳୀ ବାହାର କରି ସୁବିଧା ନିଆଯାଉଛି, ସେତିକି ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ଗ୍ରାହକ ସଚେତନ ହେଲେ ସୁରକ୍ଷିତ ରହିପାରିବେ ବୋଲି କହିଥିଲେ। ଏହାସହ ବିଭିନ୍ନ ଲାଇନ ବିଭାଗରୁ ଆସିଥିବା ଅଧିକାରୀମାନଙ୍କୁ ନିଜ ବିଭାଗରେ ଠିକ୍‌ ଭାବେ କାର୍ଯ୍ୟ ସମ୍ପାଦନ କରି ଗ୍ରାହକମାନଙ୍କୁ ସୁରକ୍ଷା ଦେବାପାଇଁ ସମିତିରେ ସ୍ଥିର କରାଯାଇଥିଲା। ଅଧିକାରୀ ଓ ଜନପ୍ରତିନିଧିଙ୍କ ସୁଚିନ୍ତିତ ପ୍ରସ୍ତାବ ଗୃହୀତ କରାଯାଇ ଜିଲା ପ୍ରଶାସନ ପାଖରେ ଦାଖଲ କରାଯିବାକୁ ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri