Categories: ଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ନାଁରେ ମାମଲା ରୁଜୁ

ଚେନ୍ନାଇ,୧୨।୩: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡାପାଡି କେ ପଲାନିସ୍ବାମୀଙ୍କ ଅଡୁଆ ବଢିବାରେ ଲାଗିଛି। ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ପଲାନିସ୍ବାମୀଙ୍କ ସହ ଏଆଇଏଡିଏମକେ ବିଧାୟକ ପିଆର୍‌ ସେଣ୍ଟିଲନାଥନ ମଧ୍ୟ ମଦୁରାଇ ବିମାନବନ୍ଦରରେ ଜଣେ ବିରୋଧୀ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ୭୫ତମ ଜନ୍ମବାର୍ଷିକୀ ଉତ୍ସବ ସିଭାଗାନାଇରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପଲାନସ୍ବାମୀ ମଧ୍ୟ ଭାଗ ନେଇଥିଲେ। ସେ ସାଧାରଣ ସଭାରେ ଯୋଗଦେବା ପାଇଁ ଚେନ୍ନାଇ ବିମାନବନ୍ଦରରୁ ମଦୁରାଇ ଅଭିମୁଖେ ଯାତ୍ରା କରିଥିଲେ। ଜଣେ ବ୍ୟକ୍ତି ଏହାକୁ ଫେସବୁକରେ ଲାଇଭ କରିଥିଲେ ଯେ ପାଲାନିସ୍ବାମୀ ସେମାନଙ୍କ ସହ ଯାତ୍ରା କରୁଛନ୍ତି। ଏହି ସମୟରେ ବ୍ୟକ୍ତି ଜଣକ ତାଙ୍କ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ଦେଖି ପାଲାନିସ୍ବାମୀ ରାଗିଯାଇ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ଯୁବକଙ୍କୁ ଗିରଫ କରିଥିଲା। ବିମାନବନ୍ଦର ପୋଲିସର ସୂଚନାନୁସାରେ, ଗିରଫ ଯୁବକ ସିଙ୍ଗାପୁରରେ ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ।

Share