ଟ୍ରକ୍‌ ତଳେ ପଶିଗଲା କାର୍‌

ଭଦ୍ରକ ଅଫିସ,୯।୪: ଭଦ୍ରକ ୧୬ ନଂ. ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ୪ ଗୁରୁତରଙ୍କୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଝାରଖଣ୍ଡ ନମ୍ବର ବିଶିଷ୍ଟ ଦୁଇଟି କାର ବାଲେଶ୍ୱର ଆଡ଼କୁ ଯାଉଥିବା ବେଳେ ରାଣୀତାଲ ଛକ ନିକଟରେ ଦୁର୍ଘଟଣା ଘଟି ଛିଡ଼ା ହୋଇଥିବା ଏକ ଟ୍ରକ୍‌ ତଳେ ଅସାବଧାନତା ବସତଃ ଏକ କାର ପଶିଯାଇଥିଲା। ପରେ ଅନ୍ୟ ଏକ କାରରେ ଗୁରୁତରଙ୍କୁ ବାଲେଶ୍ୱର ହସ୍ପିଟାଲ ନିଆଯାଇଥିଲା। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି କ୍ରେନ୍‌ ସାହାଯ୍ୟରେ ଟ୍ରକ୍‌ ଭିତରୁ କାରକୁ ବାହାର କରି ୨ ଗାଡ଼ିକୁ ଜବତ କରିଥିବା ସୂଚନା ମିଳିଛି ।