ବନ୍ୟାରେ ଭାସିଗଲା କାର୍‌, ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁଲେ ମହିଳା, ଆଉ ତା’ ପରେ…

ଆମେରିକାର ଟେକ୍ସାସରେ ହୋଇଥିବା ବନ୍ୟା ପାଣିରେ ଏକ କାର୍‌ ଭାସିଗଲା। ଜଣେ ମହିଳା ଏହି କାର୍‌କୁ ପାଣିରୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ। ତେବେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମହିଳା ଜଣଙ୍କ କିପରି ନିଜ ଜୀବନ ସହ ଲଢୁଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ମହିଳା ଜଣକ ନିଜେ କାର୍‌ ଚଳାଉଥିଲେ। ପ୍ରବଳ ବର୍ଷା ହେତୁ ବନ୍ୟାରେ ଫସି ରହିଥିଲେ। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ କାର୍‌ଟି ଭାସିଗଲା। ସେ ସଙ୍ଗେ ସଙ୍ଗେ କାର୍‌ରୁ ବାହାରି ଏକ ଗଛ ଧରିବାରେ ସଫଳ ହେଲେ। ଦୀର୍ଘ ସମୟ ସେ କାର୍‌କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ଭିଡିଓରେ ଜଣେ ଉଦ୍ଧାରକାରୀ ଅଧିକାରୀ ମହିଳାଙ୍କ ଉପରକୁ ଏକ ଦଉଡ଼ି ପକାଇଲେ। ସେ ଏହାକୁ ଧରି କୂଳକୁ ପହଁରି ଆସିଛନ୍ତି। କାର୍‌ ମଧ୍ୟ ଉଦ୍ଧାର ହୋଇଛି। ମହିଳାଙ୍କ ସାହସିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି।

Share