Categories: ଫୁରସତ

ଟ୍ରାଫିକ୍‌ରେ ଅଟକିଲା କାର୍‌, ଛାତ ଉପରେ ଚଢ଼ି ଡ୍ୟାନ୍ସ କଲେ ଯୁବତୀ, ଆଉ ତା’ ପରେ…

ଏକ କାର୍‌ ଛାତ ଉପରେ ଚଢ଼ି ଜଣେ ଯୁବତୀ ଡ୍ୟାନ୍ସ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଯୁବତୀଙ୍କ ଏପରି ଅଜବ କାଣ୍ଡ ଦେଖି ଡ୍ରାଇଭର ତାଙ୍କ ଗୋଡ଼ରେ ପିଟିଥିଲେ। ପରେ ଯୁବତୀ ଜଣକ କାର୍‌ର ଅପରପାର୍ଶ୍ୱକୁ ଯାଇ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହି ଘଟଣା ଲଣ୍ଡନର ଫରେଷ୍ଟ ଗେଟ୍‌ ନିକଟରେ ହୋଇଛି। ଟ୍ରାଫିକ୍‌ରେ ସମସ୍ତ ଗାଡ଼ି ଅଟକିଥିଲା। ଏହି ସମୟରେ ଜଣେ ଯୁବତୀ କାର୍‌ ଛାତ ଉପରେ ଚଢ଼ି ଡ୍ୟାନ୍ସ କରିବାରେ ଲାଗିଲେ। ଯୁବତୀଙ୍କୁ ଏପରି ନାଚୁଥିବାର ଦେଖି କାର୍‌ ଡ୍ରାଇଭର ବାହାରକୁ ଆସି ଯୁବତୀଙ୍କୁ ପିଟିଥିଲେ। ଏଥିରେ ସେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ଏହି ସମୟର ଭିଡିଓ ପ୍ରସ୍ତୁତ କରି କେହି ସୋସିଆଲ ମିଡିଆରେ ଶେୟାର କରିଦେଇଛନ୍ତି। ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର କହିଛନ୍ତି, କାର୍‌ ଡ୍ରାଇଭରଙ୍କ ଧକ୍କା ମାରିବାର ନ ଥିଲା। ପ୍ରଥମେ ଯୁବତୀଙ୍କୁ ଚେତାବନୀ ଦେଇଥାନ୍ତେ। ପରେ ଯାହା କରିଥାନ୍ତେ। କିଛି ୟୁଜର ଯୁବତୀଙ୍କ ଏପରି କାଣ୍ଡକୁ ମଧ୍ୟ ଭୁଲ ବୋଲି କହିଛନ୍ତି।

Share