ଡିିଭାଇଡରରେ ପିଟି ହୋଇ ଓଲଟିଲା କାର୍‌

ଫୁଲନଖରା,୧୭।୫:(ଡି.ଏନ୍‌.ଏ): କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ଛକ ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। କଟକରୁ ଭୁବନେଶ୍ୱର ଆସୁଥିବା କାର ନଂ (ଓଡିି ୦୨ ବିଏଲ ୮୬୪୩ )ଦୁର୍ଘଟଣା ହୋଇ ରାସ୍ତା କଡ଼ ଡିିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଏଥିରେ କାର୍‌ରେ ଯାଉଥିବା ୪ଜଣ ଆହତ ହୋଇଥିଲେ। ଖବରପାଇ ଘଟଣାସ୍ଥଳରେ ଜାତୀୟ ରାଜପଥ ଟ୍ରାଫିକ୍‌ ଥାନା ଅଧିକାରୀ ମନୋଜ ରୋଶନ ବିଲୁଙ୍ଗୁ ପହଞ୍ଚି ଆହତଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଇ ଥିଲେ। ପରେ ସଦର ଥାନା ପୋଲିସ ପହଞ୍ଚି ଗାଡ଼ିଟିକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ ଆହତଙ୍କ ପରିଚୟ ମିଳିପାରିନାହିଁ।