ବ୍ରିଜ୍‌ ଉପରୁ ଖସିପଡ଼ିଲା କାର

ବାଙ୍କୀ,୨୬।୯(ଡି.ଏନ୍‌.ଏ.): କଟକ ଜିଲା ବାଙ୍କୀ ଥାନା ଅଞ୍ଚଳରେ ରବିବାର ସକାଳେ ଏକ କାର ନାଳରେ ବୁଡ଼ି ଯାଇଛି। ନାଳରେ ବନ୍ୟା ପାଣି ଥିବା ଯୋଗୁ କାରଟି ବୁଡ଼ି ଯାଇଛି। ତେବେ ଏଥିରେ ଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ। ସକାଳେ ଦୁଇ ଜଣ ବ୍ୟକ୍ତି ଏକ କାର୍‌ ଯୋଗେ ବିଲିପଡ଼ାରୁ ବାଙ୍କୀ ଟାଉନ ଅଭିମୁଖେ ଯାଉଥିଲେ। ତେବେ କୟାଁନାଳ ଉପରେ ଥିବା ଛୋଟ ବ୍ରିଜ୍‌ ଉପରେ କାରଟି ଭାରସାମ୍ୟ ହରାଇ ନାଳରେ ପଡ଼ିଯାଇଥିଲା। କାର୍‌ଟି ନାଳରେ ପଡ଼ିଥିବା ଦେଖି ଲୋକେ ୨ ଜଣଙ୍କୁ ଉଦ୍ଧାର କରିଥିଲେ। ପରେ କାରଟିକୁ ପାଣିରୁ ବାହାର କରିଥିଲେ। ତେବେ କାର୍‌ରେ ବସିଥିବା ଦୁଇ ଜଣ ସୁସ୍ଥ ଥିବା ଜଣାପଡ଼ିଛି।