Categories: ମେଟ୍ରୋ

୩୦ଫୁଟ୍‌ ତଳକୁ ଖସିଲା କାର୍‌

ଭୁବନେଶ୍ବର,୨୨।୧(ବ୍ୟୁରୋ): ଭାରସାମ୍ୟ ହରାଇ ୩୦ଫୁଟ୍‌ ତଳକୁ ଖସିଲା କାର୍‌। ଭୁବନେଶ୍ବର ପଳାସପଲ୍ଲୀ ନିକଟ ପୁନାମାଗେଟ୍‌ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ତେବେ ସେହି କାର୍‌ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାର୍‌ଟି ନବୀନ ନିବାସ ପଟୁ ଭୀମଟାଙ୍ଗି ଆଡକୁ ଯାଉଥିଲା।