ଭାରତୀୟ କ୍ରିକେଟ ଦଳର ଏହି ଅଧିନାୟକଙ୍କର ଥିଲେ ୧୦ ସ୍ତ୍ରୀ, ୮୮ ସନ୍ତାନ

ସ୍ବାଧୀନତା ପୂର୍ବରୁ ଆମ ଦେଶ ଅନେକ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା। ପଟିଆଲା ସେଥିମଧ୍ୟରୁ ମଧ୍ୟରୁ ଗୋଟିଏ। ପଟିଆଲାକୁ ଧନୀ ରାଜ୍ୟଗୁଡ଼ିକ ମଧ୍ୟରେ ଗଣାଯାଉଥିଲା। ମହାରାଜା ଭୂପିନ୍ଦର ସିଂ ଦେଶର ପ୍ରଥମ ବ୍ୟକ୍ତି ଯିଏକି ନିଜର ବ୍ୟକ୍ତିଗତ ବିମାନ ପାଇଥିଲେ। ଖାଲି ଏତିକି ନୁହେଁ, ଭୂପିନ୍ଦର ଭାରତୀୟ କ୍ରିକେଟ ଦଳର ଅଧିନାୟକ ମଧ୍ୟ ଥିଲେ। ମହାରାଜା ଭାରତରେ କ୍ରିକେଟ ପାଇଁ କଣ୍ଟ୍ରୋଲ ବୋର୍ଡ ବଢ଼ାଇବାରେ ବହୁ ଅର୍ଥ ଖର୍ଚ୍ଚ କରିଥିଲେ। ଏହା ବ୍ୟତୀତ ଯେତେବେଳେ ବି ଭାରତୀୟ ଦଳ ୪୦ ଦଶକ ପର୍ଯ୍ୟନ୍ତ ବିଦେଶ ଯାଉଥିଲେ ସେ ସେମାନଙ୍କ ସମସ୍ତ ଖର୍ଚ୍ଚ ବହନ କରୁଥିଲେ। ତେବେ ପ୍ରତିବଦଳରେ ତାଙ୍କୁ ଦଳର ଅଧିନାୟକ ମଧ୍ୟ କରାଯାଇଥିଲା। ରାଜାଙ୍କ ଏପରି ଜୀବନଶୈଳୀ ଦେଖି ବ୍ରିଟିଶମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ସେ ବିଦେଶ ଯାଇଥାନ୍ତି ପୂରା ହୋଟେଲକୁ ଭଡ଼ାରେ ନେଇଥା’ନ୍ତି। ମହାରାଜା ଭୂପିନ୍ଦରଙ୍କର ୪୪ଟି ରୋଲ୍ସ ରୋଏସ କାର୍‌ ଥିଲା, ସେଥିମଧ୍ୟରୁ ୨୦ଟି ରୋଲ୍ସ ରୋଏସ କନଭୋ କେବଳ ଦୈନିକ ରାଜ୍ୟ ପରିଦର୍ଶନ ପାଇଁ ବ୍ୟବହୃତ ହେଉଥିଲା।

ଦି ଓ୍ବାନ୍‌ ଜର୍ମାନୀ ଦାସ ତାଙ୍କ ପୁସ୍ତକ “ମହାରାଜା” ରେ ଭୂପିନ୍ଦରଙ୍କ ବିଷୟରେ ବିସ୍ତୃତ ଭାବରେ ଲେଖିଛନ୍ତି। ତାଙ୍କର ୧୦ ରାଣୀ ଏବଂ ୮୮ ସନ୍ତାନ ମଧ୍ୟ ଥିଲେ। ୧୯୩୫ ମସିହାରେ ସେ ବର୍ଲିନ ଗସ୍ତରେ ହିଟଲରଙ୍କୁ ଭେଟିଥିଲେ। କୁହାଯାଏ, ଭୂପିନ୍ଦରଙ୍କ ଦ୍ୱାରା ହିଟଲର ଏତେ ପ୍ରଭାବିତ ହୋଇଥିଲେ ଯେ, ସେ ତାଙ୍କ ମେବ୍ୟାକ୍‌ କାରକୁ ରାଜାଙ୍କୁ ଉପହାର ଦେଇଥିଲେ। ହିଟଲର ଏବଂ ମହାରାଜାଙ୍କ ମଧ୍ୟରେ ଦୀର୍ଘଦିନ ଧରି ବନ୍ଧୁତା ରହିଥିଲା।

Share