Categories: ଖେଳ

ଦର୍ଶକଙ୍କୁ କ୍ଷମା ମାଗିଲେ ଅଧିନାୟକ

କଲମ୍ବୋ,୬।୯: ୨୦୨୩ ଏସିଆ କପର ସୁପର-୪ରେ ସ୍ଥାନ ପାଇବାକୁ ଆଫଗାନିସ୍ତାନ ଦଳ ବଞ୍ଚିତ ହୋଇଛି। ଦଳକୁ ଶ୍ରୀଲଙ୍କା ବିପକ୍ଷ ଡୁ କିମ୍ବା ଡାଏ ମ୍ୟାଚ୍‌ରେ ୨ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଶ୍ରୀଲଙ୍କା ବିପକ୍ଷ ପରାଜୟ ପରେ ଆଫଗାନିସ୍ତାନ ଅଧିନାୟକ ହାଶମତୁଲ୍ଲା ଏସିଆ କପରେ ଶ୍ରୀଲଙ୍କାକୁ ଦୁଇ ରନରେ ହାରିବା ସତ୍ତ୍ୱେ ପଡ଼ିଆରେ ୧୦୦ ପ୍ରତିଶତ ଦେଇଥିବା ଖେଳାଳିଙ୍କ ପାଇଁ ସେ ଗର୍ବିତ ବୋଲି କହିଛନ୍ତି। ତେବେ ସେ ପ୍ରଶଂସକଙ୍କ ନିକଟରେ କ୍ଷମା ମାଗିଛନ୍ତି।
ଶ୍ରୀଲଙ୍କା ବିପକ୍ଷରେ ଦୁଇ ରନ ପରାଜୟ ପରେ ଆଫଗାନିସ୍ତାନ ଅଧିନାୟକ ହାଶମତୁଲ୍ଲା କହିଛନ୍ତି ଯେ, ମୁଁ ଏଥିରେ ଅତ୍ୟନ୍ତ ନିରାଶ ହୋଇଛି। ଆମେ ଏକ ଭଲ ଚ୍ୟାଲେଞ୍ଜ ଦେଇଛୁ। ଆମେ ଆମର ୧୦୦ ପ୍ରତିଶତ ଦେଇଛୁ। ଦଳ କିପରି ଖେଳିଲା ସେଥିପାଇଁ ଗର୍ବିତ। ମୁଁ ଭାବୁଛି ଗତ ଦୁଇ ବର୍ଷ ମଧ୍ୟରେ ଆମେ ଦିନିକିଆ ଫର୍ମାଟରେ ଭଲ କ୍ରିକେଟ ଖେଳିଛୁ। ଆମେ ଏପର୍ଯ୍ୟନ୍ତ ବହୁତ କିଛି ଶିଖୁଛୁ। ଏହି ଟୁର୍ନାମେଣ୍ଟରୁ ଆମେ ଅନେକ ସକାରାତ୍ମକ ଜିନିଷ ଶିଖିଛୁ। ଆମେ ବିଶ୍ୱକପ ନିକଟତର ଅଟୁ। ଆମେ ଏଠାରେ ଭୁଲ କରିଛୁ ଏବଂ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବୁ।

Share