ଜନ୍ମଦିନ ପାଳିଲା ରାଜଧାନୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ଇତିମଧ୍ୟରେ ୭୫ ବର୍ଷ ପୂରଣ ହୋଇଛି। ରାଜଧାନୀ ତା’ର ପ୍ଲାଟିନମ ଜୁବଲି ପାଳନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୩ ଦିନ ଧରି ଏହି ଉତ୍ସବ ପାଳନ ହେବ। ୧୯୪୮ ଏପ୍ରିଲ ୧୩ରେ ଓଡ଼ିଶାର ରାଜଧାନୀ ଭାବେ ନିଜର ପରିଚୟ ପାଇଥିଲା ଭୁବନେଶ୍ୱର। ସେହିଦିନଠାରୁ ଉକ୍ତ ଦିନକୁ ନିଜର ଜନ୍ମଦିନ ଭାବେ ପାଳିଆସୁଛି ରାଜଧାନୀ।