ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଉଛି ରାଜଧାନୀ

ଭୁବନେଶ୍ୱର,୧।୧(ସୁଚିସ୍ମିତା ସାହୁ):ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ସ୍ଥାନରେ କାନ୍ଥଗୁଡ଼ିକ ପାରମ୍ପରିକ ଚିତ୍ରକଳାରେ ଝଲସୁଛି। ଏଥିରେ ଓଡ଼ିଶାର ଲୋକକଳା, ପରମ୍ପରା, ନୃତ୍ୟ ଭଳି ବିଭିନ୍ନ ପ୍ରକାର ଚିତ୍ରକଳା ଦେଖିବାକୁ ମିଳୁଛି। ଏହି ଚିତ୍ରକଳାଗୁଡ଼ିକରେ ଓଡ଼ିଆ ଅସ୍ମିତା ବାରି ହୋଇପଡୁଛି।
ସମ୍ବଲପୁରୀ ଓ ଆଦିବାସୀ ଚିତ୍ର, ଟେରାକୋଟା, ପଟ୍ଟଚିତ୍ର, ଝୋଟିଚିତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯୁବପିଢ଼ିଙ୍କ ପାଇଁ ହଜିଯାଇଥିବା ଲୋକନୃତ୍ୟ ଓ ପାରମ୍ପରିକ ନୃତ୍ୟଗୁଡିକୁ ମଧ୍ୟ ସ୍ଥାନିତ କରାଯାଇଛି। କୀର୍ତ୍ତନ ଦଳ, ନବଗୁଞ୍ଜର, ଓଡ଼ିଶୀ, କଳ୍‌କୀ ଅବତାର ଭଳି ବିଭିନ୍ନ ଚିତ୍ର ଆକର୍ଷଣ ସାଜିଛି। ଏହା ସମସ୍ତଙ୍କୁ ବେଶ୍‌ ଆକର୍ଷିତ କରୁଛି। ରାସ୍ତାରେ ଯାଉଥିବା ଲୋକେ କଳାକୃତିକୁ ଦେଖିବା ପାଇଁ କିଛି ସମୟ ଅଟକି ଯାଉଛନ୍ତି ତ ପୁଣି ଯୁବତୀ ଯୁବକ ସେଲ୍‌ଫି ଉଠାଇବାକୁ ପଛାଉନାହାନ୍ତି। ପ୍ରବାସୀ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାର ସଂସ୍କୃତି ସହିତ ପରିଚିତ କରାଇବାର ଏହା ହେଉଛି ଏକ ନିଆରା ପ୍ରୟାସ। ରାସ୍ତା ପାର୍ଶ୍ୱସ୍ଥ ବେଞ୍ଚ୍‌ରେ ବସି ଲୋକେ ଏହି ଚିତ୍ରକଳାକୁ ଉପଭୋଗ କରିପାରିବେ। ଚିତ୍ରଶିଳ୍ପୀ ମନୋରଞ୍ଜନ ସାହୁ କହିଛନ୍ତି, ରାଜଧାନୀର ଗଳିକନ୍ଦିରେ ଶୋଭାପାଉଛି ଓଡ଼ିଆ ଚିତ୍ରକଳା। କାନ୍ଥରେ ବହୁ ଦିନ ପର୍ଯ୍ୟନ୍ତ ଏହି ରଙ୍ଗ ରହିବ। କେବଳ ପ୍ରବାସୀ ନୁହେଁ, ବରଂ ରାଜ୍ୟବାସୀ ମଧ୍ୟ ଏହି ଚିତ୍ରକଳାକୁ ଉପଭୋଗ କରିପାରିବେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମର ଚିତ୍ରଶିଳ୍ପୀ ଭଉଣୀଭାଇମାନେ କାମ କରୁଛନ୍ତି। ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବହୁ ଚିତ୍ରଶିଳ୍ପୀ ଉପକୃତ ହେଉଥିବାବେଳେ ସେମାନଙ୍କ ପ୍ରତିଭା ମଧ୍ୟ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ: ଉତ୍ତେଜିତ ହୋଇ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ସୀମାଞ୍ଚଳ ମହାପାତ୍ର(୨୪) ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।ବୁଧବାର ସକାଳେ ଡ୍ରେନରେ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

ଆଇନଜୀବୀ ପୀତବାସ ଦାଶଙ୍କ ପରଲୋକ

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ବରିଷ୍ଠ ସଦସ୍ୟ ପୀତବାସ ଦାଶ (୫୨)ଙ୍କ ଶନିବାର ଅପରାହ୍ନରେ ପରଲୋକ ହୋଇଛି। ସେ ବିଗତ କିଛି ହେବ…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri