ନୂଆ ରୂପ ପାଇବ ରାଜଧାନୀ ଶ୍ମଶାନ

ଭୁବନେଶ୍ୱର,୧୦।୩ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରର ୬୭ ୱାର୍ଡରେ ଥିବା ସମସ୍ତ ଶ୍ମଶାନକୁ ନୂଆ ରୂପ ମିଳିବ। ଭୁବନେଶ୍ବର ମହାନଗର ନିଗମ (ବିଏମସି) ଦ୍ବାରା ଏ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଶ୍ମଶାନର ପାଚେରି ନିର୍ମାଣ କରାଯିବା ସହ ଶବ ଦାହ ଗୃହ, ପେଣ୍ଡାଲ, ପାଣି ବ୍ୟବସ୍ଥା, ଶୌଚାଳୟ ସହ ବସିବା ସ୍ଥାନ ରହିବ। ଏହା ସହ ପ୍ରତ୍ୟେକ ଶ୍ମଶାନରେ ଚାରା ରୋପଣ କରାଯିବ। ୱାର୍ଡ ଅଫିସର ନିଜ ନିଜ ୱାର୍ଡରେ ଥିବା ଶ୍ମଶାନ ବୁଲିବା ସହ ତା’ର ସ୍ଥିତି ଯାଞ୍ଚ କରିବାକୁ ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀବାସୀଙ୍କୁ ଉନ୍ନତ ସେବା ଯୋଗାଇ ଦେବା ଲାଗି ବିଏମ୍‌ସି ନିରନ୍ତର ତା’ର ଉଦ୍ୟମ ଚଲାଇଥିବା କମିଶନର କହିଛନ୍ତି। ମୁଖ୍ୟ କଥା ହେଲା ନିକଟରେ କିଛି ଗ୍ରାମ ପଞ୍ଚାୟତ ବିଏମ୍‌ସିରେ ସାମିଲ ହୋଇଛି। ପୂର୍ବରୁ ଯେହେତୁ ତାହା ପୌରାଞ୍ଚଳରେ ସାମିଲ ହୋଇ ନ ଥିଲା। ସେଠାରେ ସହରୀ ସେବା ସହ ସହରି ଭିତ୍ତିଭୂମିର ବିକାଶ ଠିକ୍‌ ଭାବେ ହୋଇପାରି ନ ଥିଲା। ନୂଆ କରି ସାମିଲ ହୋଇଥିବା ଅଞ୍ଚଳଗୁଡ଼ିକ ଡ୍ରେନ, ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ସହ ବିଏମ୍‌ସିଠୁ ମିଳୁଥିବା ସବୁ ସେବା ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି। ମୁକ୍ତା ଯୋଜନା ଅଧୀନରେ ଏହି ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ସ୍ଥିର କରାଯାଇଛି।
ସେପଟେ ସହରର ପ୍ରମୁଖ ଶ୍ମଶାନଗୁଡ଼ିକ ସ୍ଥିତି ମଧ୍ୟ କିଛି ଖାସ୍‌ ନାହିଁ। କୋଭିଡ୍‌ ସମୟରେ କିଛି ଶ୍ମଶାନର ପୁନରୁଦ୍ଧାର କରାଯାଇଥିଲା। ରାଜଧାନୀ ଭୁବନେଶ୍ବରରେ ହିଁ ମୃତ କୋଭିଡ ରୋଗୀଙ୍କର ଶବ ଦାହ କରାଯାଉଥିଲା। ଏଥିଲାଗି ସତ୍ୟନଗର, ଆଇଗିଣିଆ, ସୁନ୍ଦରପଦା, ପଟିଆ ଭଳି କିଛି ପ୍ରମୁଖ ଶ୍ମଶାନର ପୁନରୁଦ୍ଧାର କରାଯାଇ ଗ୍ୟାସ ଚୁଲା ଲଗାଯାଇଥିଲା, ହେଲେ ସମୟାନୁକ୍ରମେ ଏବେ ଉକ୍ତ ଶ୍ମଶାନ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି। ବିଏମସି ପକ୍ଷରୁ ଶ୍ମଶାନ ପୁନରୁଦ୍ଧାର କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ୱାର୍ଡ ଅଫିସରଙ୍କୁ ନିଜ ନିଜ ୱାର୍ଡରେ ଥିବା ଶ୍ମଶାନ ସଂଖ୍ୟା ପ୍ରଦାନ କରିବା ସହ ତା’ର ବର୍ତ୍ତମାନ ସ୍ଥିତିର ଫଟୋ ଉଠାଇ ଦାଖଲ କରିବାକୁ କୁହାଯାଇଥିଲା। ଗୁରୁବାର କେତେଜଣ ଓ୍ବାର୍ଡ ଅଫିସର ସେମାନଙ୍କ ଓ୍ବାର୍ଡରେ ଥିବା ଶ୍ମଶାନର ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି। ସହରର ପ୍ରମୁଖ ୱାର୍ଡଗୁଡ଼ିକ ଗ୍ୟାସ ଚୁଲା ଯୁକ୍ତ ଶ୍ମଶାନ ନିର୍ମାଣ ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ପୌର ନିର୍ବାଚନ ପରଠାରୁ ପ୍ରତ୍ୟେକ ୱାର୍ଡରେ ଏକାଧିକ ବିକାଶମୂଳକ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ନୂଆ ଡ୍ରେନ, ମିନି ପାର୍କ, ପେଭର ବ୍ଲକ ପକ୍କା ରାସ୍ତା ଆଦିର ନିର୍ମାଣ ଜାରି ରହିଥିବାବେଳେ ସବୁ ୱାର୍ଡରେ ନେବରହୁଡ ମାର୍କେଟ କରାଯିବାକୁ ପ୍ରସ୍ତାବ ରହିଛି। ଜାତୀୟ ସ୍ତରରେ ଭୁବନେଶ୍ବରକୁ ଶୀର୍ଷରେ ପହଞ୍ଚାଇବା ଲାଗି ବିଏମ୍‌ସି ତା’ର ନାଗରିକଙ୍କୁ ଅପିଲ କରିଛି। ସହରକୁ ସ୍ବଚ୍ଛ ରଖିବାକୁ ବିଏମ୍‌ସି ନାଗରିକଙ୍କୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri