ଧରିତ୍ରୀର ସାମର୍ଥ୍ୟ ଅତିକ୍ରାନ୍ତ ଦିବସ

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରୁ ଶିଳ୍ପ ବିପ୍ଳବର ପ୍ରାରମ୍ଭ କାଳରୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଧୁରୀଣ ମଣିଷ ପ୍ରଗତିର ଚାବିକଠି ରୂପେ ଅଧିକରୁ ଅଧିକ ଶୋଷଣ କରି ଚାଲିଛି ପ୍ରକୃତିକୁ। ପରିଣାମ ସ୍ବରୂପ, ବିଗତ କିଛି ଦଶକ ମଧ୍ୟରେ ବିଶ୍ୱର ପ୍ରାକୃତିକ ସଂସାଧନର ବିନିଯୋଗ ବାର୍ଷିକ ପ୍ରାୟ ୧୦୦ ହଜାର ନିୟୁତ(ବିଲିୟନ)ଟନ୍‌କୁ ଅତିକ୍ରମ କରିଯାଇଛି। ଏହାର ପୁନର୍ଭରଣ ପ୍ରକୃତିର ସାମର୍ଥ୍ୟ ବାହାରେ। ବର୍ଷକୁ ବର୍ଷ ଏହି ଧାରା ବୃଦ୍ଧିପ୍ରାପ୍ତ ହୋଇ ଚାଲିଥିବାରୁ ଏହା ଅଧିକରୁ ଅଧିକ ଅବକ୍ଷୟିତ ହେଉଛି ଏବଂ ଧରାପୃଷ୍ଠ ସୁସ୍ଥ ଓ ସୁନ୍ଦର ଜୀବଜଗତଟିଏ ଧାରଣ କରିବାକୁ ଅକ୍ଷମ ହୋଇଚାଲିଛି। ମଣିଷ ଏ କଥା ଅନୁଭବ କଲେ ବି ଲାଳସାର ବଶବର୍ତ୍ତୀ ହୋଇ ସେ ଏଥିରୁ ନିବୃତ୍ତ ହୋଇପାରୁନାହିଁ। ଫଳରେ ବଢ଼ି ଚାଲିଛି ଏହାର ବିପଜ୍ଜନକ ପରିଣାମ ରୂପେ ଜାଗତିକ ଉଷ୍ମତା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଏବଂ ସେଥି ସହିତ ସଂପୃକ୍ତ ନାନାଦି ବିପର୍ଯ୍ୟୟ। ବିଗତ ଶତାବ୍ଦୀଠାରୁ ଆଜି ମଧ୍ୟରେ ଏହାର ପ୍ରଭାବ ସ୍ବରୂପ ଜୀବଜଗତର ପ୍ରଜାତିଗୁଡ଼ିକର ବିଲୁପ୍ତି ପ୍ରକ୍ରିୟା ପ୍ରାୟ ୧୦୦୦ ଗୁଣ ଦ୍ରୁତ ହେବାକୁ ଲାଗିଲାଣି।
ପରିବେଶ ବିଜ୍ଞାନୀମାନେ ସତର୍କ କରି ଚାଲିଛନ୍ତି ଯେ, ତଥାକଥିତ ବିକାଶ ପଛରେ ଅବିଚାରିତ ଭାବେ ଧାବନ ସର୍ବଦା ସ୍ଥାୟୀ ହୋଇପାରିବ ନାହିଁ। କାରଣ, ଖୁବ୍‌ଶୀଘ୍ର ଧରିତ୍ରୀ ସେଥିପାଇଁ ସଂସାଧନ ଯୋଗାଇବାକୁ ଅକ୍ଷମ ହୋଇପଡ଼ିବ। ସେମାନେ ପ୍ରଥମେ ଏହି ସିଦ୍ଧାନ୍ତରେ ନିର୍ଦ୍ଦିଷ୍ଟ ରୂପେ ଉପନୀତ ହୋଇଥିଲେ ୧୯୭୦ ଦଶକରେ, ଦେଖିଲେ ଯେ ମଣିଷର ବାର୍ଷିକ ସଂସାଧନ ଉପଯୋଗ ଜୈବ ସାମର୍ଥ୍ୟ (ବାଇଓ-କାପାସିଟି) ବୋଲି କୁହାଯାଉଥିବା ଧରିତ୍ରୀର ପୁନର୍ଭରଣ କ୍ଷମତା ଡିସେମ୍ବର ଅର୍ଥାତ୍‌ ବର୍ଷଶେଷ ପୂର୍ବରୁ ଅତିକ୍ରମ କରିଯାଉଛି। ସେହି ସମୟରୁ ଏହି ‘ଅକ୍ଷମତା ଦିବସ’ ନିକଟରୁ ନିକଟତର ହେବାରେ ଲାଗିଛି। ଅତଏବ ଚଳିତବର୍ଷ(୨୦୨୪ ମସିହା) ଅଗଷ୍ଟ ପହିଲାକୁ ଘୁଞ୍ଚି ଆସିବ ବୋଲି ଜଣାପଡ଼ିଛି।
ଏହି ଦିନଟିକୁ ‘ଆର୍ଥ ଓଭରସୁଟ ଡେ’ ବା ‘ଧରିତ୍ରୀର ସାମର୍ଥ୍ୟ ଅତିକ୍ରାନ୍ତ ଦିବସ’ ରୂପେ ନାମିତ କରାଯାଇଛି। ଆଗେ ଏହାକୁ କୁହାଯାଉଥିଲା ଇକୋଲୋଜିକାଲ ଡେବଟ୍‌ ଡେ ‘ପରିସଂସ୍ଥୀୟର ଋଣ ଦିବସ’। ଏହାକୁ ଗଣନା କରାଯାଇଥାଏ ପୃଥିବୀର ‘ଜୈବ-ସାମର୍ଥ୍ୟ’(ଏହାଦ୍ୱାରା ସେ ବର୍ଷ ଉତ୍ପନ୍ନ ହେଉଥିବା ପ୍ରାକୃତିକ ସଂସାଧନର ପରିମାଣ)କୁ ପୃଥିବୀର ପରିସଂସ୍ଥୀୟ ପଦଚିହ୍ନ ବା ‘ଇକୋଲୋଜିକାଲ ଫୁଟ ପ୍ରିଣ୍ଟ’(ମଣିଷ ଦ୍ୱାରା ବ୍ୟବହୃତ ପୃଥିବୀର ସଂସାଧନ)କୁ ବିଭାଜିତ କରି ହରଣ ଫଳକୁ ୩୬୫ ବର୍ଷକର ଦିବସ ସଂଖ୍ୟାରେ ଗୁଣନ କରିବା ଦ୍ୱାରା। (ଓ୍ବାଲର୍‌ଡ ବାଇଓ କାପାସିଟି/ଓ୍ବାଲର୍‌ଡ ଇକୋଲୋଜିକାଲ ଫୁଟପ୍ରିଣ୍ଟx୩୬୫=ଆର୍ଥ ଓଭରସୁଟ୍‌ ଡେ।)
ଅର୍ଥନୈତିକ ଦୃଷ୍ଟିକୋଣରୁ ଏ ଦିବସଟି ହେଲା ଯେଉଁଦିନ ମଣିଷଜାତି ଏକ ପରିସଂସ୍ଥୀୟ ଅନଟନ ମଧ୍ୟକୁ ପ୍ରବେଶ କରେ। ଜନସଂଖ୍ୟା ବଢ଼ି ବଢ଼ି ଚାଲିବା ସହିତ ସେମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସଘନ କୃଷି, ଦ୍ରୁତ ସହରୀକରଣ, ଶିଳ୍ପର ଅଭିବୃଦ୍ଧି, ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେତୁ ବର୍ଷକୁ ବର୍ଷ ପ୍ରାକୃତିକ ସଂସାଧନର ଉପଯୋଗ ବୃଦ୍ଧି ପାଇଚାଲିଛି। ଫଳରେ ଏହି ଅନଟନ ଦିବସଟି ନିକଟରୁ ନିକଟତର ହେବାକୁ ଲାଗିଛି। ଏଣୁ ୧୯୯୦ରେ ଏହା ଅକ୍ଟୋବର ୧୧ ତାରିଖ ଥିଲାବେଳେ ତାହା ୨୦୦୦ ମସିହା, ୨୦୧୦ ଏବଂ ୨୦୨୦ ମସିହାରେ ଯଥାକ୍ରମେ ସେପ୍ଟେମ୍ବର ୨୩, ଅଗଷ୍ଟ ୮ ଏବଂ ଅଗଷ୍ଟ ୨୨ ତାରିଖକୁ ଘୁଞ୍ଚି ଆସିଥିଲା। ଚଳିତବର୍ଷ (୨୦୨୪) ତାହା ପହଞ୍ଚତ୍ଛି ଅଗଷ୍ଟ ୧ ତାରିଖରେ।
‘ଧରିତ୍ରୀର ସାମର୍ଥ୍ୟ ଅତିକ୍ରାନ୍ତ ଦିବସ’ର ପ୍ରଥମ ପ୍ରବର୍ତ୍ତକ ହେଲେ ଇଂଲଣ୍ଡର ‘ଇକୋନୋମିକ୍‌ ଫାଉଣ୍ଡେଶନ୍‌’ର ଆଡ୍ରିଭ ସିମସ୍‌। ତେବେ ଏହାର ଏକ ସହଯୋଗୀ ଅନୁଷ୍ଠାନ ‘ଦ ଗ୍ଲୋବାଲ୍‌ ଫୁଟ୍‌ ପ୍ରିଣ୍ଟ ନେଟ୍‌ଓ୍ବର୍କିଂ“ ମଣିଷଜାତିର ପ୍ରାକୃତିକ ସଂସାଧନର ଚାହିଦା ଏବଂ ପରିସଂସ୍ଥୀୟ ସେବା ଆଦି ବିଚାରକୁ ନେଇ ପ୍ରତିବର୍ଷ ଏହି ଦିବସକୁ ସ୍ଥିର କରେ ଏବଂ ପୃଥିବୀର ସଂସାଧନର ସସୀମତା ସମ୍ପର୍କରେ ସଚେତନତାର ପ୍ରସାର କରେ। ଏହାଦ୍ୱାରା କରାଯାଉଥିବା ଏକ ଆକଳନ ଅନୁସାରେ ପ୍ରକୃତି ବର୍ଷକୁ ଯେତିକି ସଂସାଧନ ପୁନଃ ନବୀକରଣ କରିବାକୁ ସମର୍ଥ ଏବେ ମଣିଷ ତାକୁ ପ୍ରାୟ ୭ ମାସରେ ଖର୍ଚ୍ଚ କରିଦେଉଛି।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ସହିତ ୧୯୭୦ ଦଶକରୁ ମୁଖ୍ୟତଃ ଜନସଂଖ୍ୟା ବୃଦ୍ଧି ଏବଂ ଜୀବନଧାରାରେ ପରିବର୍ତ୍ତନ ହେତୁ ମଣିଷର ବିବିଧ ଆବଶ୍ୟକତା ଆମ ଗ୍ରହ ଯେତିକି ଭରଣା କରିବାକୁ ସକ୍ଷମ ତାହା ଅତିକ୍ରମ କରିଗଲା। ଅତଏବ ବର୍ତ୍ତମାନ ତାହା ପୂରଣ କରିବାକୁ ଦରକାର ୧.୮ଟି ପୃଥିବୀ। ଏହି ଧାରା ଅବ୍ୟାହତ ରହିଲେ ଚଳିତ ଶତାବ୍ଦୀର ଶେଷଭାଗକୁ ସେଥିପାଇଁ ଲୋଡ଼ାହେବ ଏହାଭଳି ଦୁଇଟି ଗ୍ରହ। ‘ଧରିତ୍ରୀର ସାମର୍ଥ୍ୟ ଅତିକ୍ରାନ୍ତ ଦିବସ’ ସୂଚାଇଥାଏ ଯେ ପୃଥିବୀ ପରିସଂସ୍ଥୀୟ ସଂସାଧନରେ ଅଧିକରୁ ଅଧିକ ଦରିଦ୍ର ହୋଇ ଚାଲିଛି। ଏବଂ ତାହା ଏବେ ଏକ ଜଟିଳସ୍ତରରେ ପହଞ୍ଚତ୍ଗଲାଣି। ଏହାଫଳରେ ଅଣଲେଉଟା ଭାବେ ଜୈବ ବିଭିନ୍ନତାର ଅବକ୍ଷୟ ଘଟୁଛି, ବ୍ୟାପକ ବନ ବିଧ୍ୱଂସ ହେଉଛି, ମଧୁର ଜଳର ଅଭାବ ଦେଖାଦେଉଛି, ମୃତ୍ତିକାର ବହୁଳ ଅବକ୍ଷୟ ଘଟି ତାହା ମରୁମୟ ହୋଇଯାଉଛି ଏବଂ ଅଙ୍ଗାରକାମ୍ଳ ତଥା ଅନ୍ୟାନ୍ୟ ସବୁଜଗୃହ ବାଷ୍ପର ନିର୍ଗମନ ବୃଦ୍ଧିପାଇ ଜାଗତିକ ଉଷ୍ଣତା ଓ ଜଳବାୟୁ ପରିବର୍ତ୍ତନ ଏବଂ ସେଥିସହିତ ସମ୍ପୃକ୍ତ ବିପର୍ଯ୍ୟୟମାନ ଘଟାଉଛି। ‘ଗ୍ଲୋବାଲ୍‌ ଫୁଟ୍‌ପ୍ରିଣ୍ଟ୍‌ ନେଟଓ୍ବର୍କ’ର ମାଥିସ୍‌ ଓ୍ବାକେରଂଗଲଙ୍କ ମତରେ ଏହା ଆମ ଗ୍ରହର ଭବିଷ୍ୟତକୁ ଧ୍ୱଂସ ଆଡ଼କୁ ଟାଣିନେଉଛି। ଫଳରେ ସଜୀବ ପ୍ରଜାତିର ବିଲୁପ୍ତି ଆଶାଜନକ ବେଗଠାରୁ ଶହ ଶହ ଗୁଣ କ୍ଷିପ୍ର ହେବାରେ ଲାଗିଛି। ଏଣୁ ୧୯୭୦ରୁ ୨୦୨୩ ମଧ୍ୟରେ ତହିଁରୁ ପ୍ରାୟ ୬୭ ଶତାଂଶ ବିଲୁପ୍ତିର ଦ୍ୱାର ଦେଶରେ ପହଞ୍ଚତ୍ତ୍ଗଲେଣି ଏବଂ ଜୈବ ବିଭିନ୍ନତାର ଦ୍ରୁତ ଅବକ୍ଷୟ ନିଜେ ମଣିଷ ସମେତ ସମଗ୍ର ଜୀବ ଜାତି ପାଇଁ ମହାବିପଦର କାରଣ ପାଲଟି ଗଲାଣି।
ଏସବୁ ପରିସ୍ଥିତିରୁ ମୁକ୍ତ ହେବାପାଇଁ ଏବେ ଶେଷ ସୁଯୋଗର ସମୟ ଆସିଯାଇଛି। ଏହାର ସବୁଠାରୁ ଫଳପ୍ରଦ ମାର୍ଗ ହେଲା ପ୍ରାକୃତିକ ସଂସାଧନକୁ ସହନୀୟ ଭାବେ ଉପଯୋଗ କରିବା। କିନ୍ତୁ ଦେଖାଯାଇଛି ଯେ, ବିକାଶଶୀଳ ଦେଶଗୁଡ଼ିକ ତୁଳନାରେ ବିକଶିତ ଦେଶରେ ଏହା ଶହ ଶହ ଗୁଣ ଅଧିକ ବ୍ୟୟ ହେଉଛି। ବିଖ୍ୟାତ ଅର୍ଥନୀତିଜ୍ଞ ରବର୍ଟ ଏବଂ ଏଡ୍‌ଓ୍ବାର୍ଡ ସ୍କିଡେଲସ୍କି ୨୦୧୨ରେ ତାଙ୍କ ପ୍ରସିଦ୍ଧ ପୁସ୍ତକ ‘ହାଓ ମଚ୍‌ ଇଜ୍‌ ଏନଫ୍‌?’ (କେତେହେଲେ ଯଥେଷ୍ଟ?) ପ୍ରକାଶ କରିଥିଲେ। ତହିଁରେ ସେମାନେ ଯୁକ୍ତିବାଢ଼ିଥିଲେ ଯେ, ଏକ ସୁସ୍ଥିର ଜଗତରେ ଉତ୍ତମ ଜୀବନଯାପନ କରିବାକୁ ହେଲେ ଆମକୁ ଆମର ଆବଶ୍ୟକତା ଏବଂ ଲୋଭ ମଧ୍ୟରେ ପ୍ରଭେଦତା ଚିହ୍ନଟ କରିବା ଉଚିତ। ତା’ହେଲେ ଆମ ଅର୍ଥନୀତିକୁ ସମୁଦାୟ ଘରୋଇ ଉତ୍ପାଦ ବା ଜିଡିପି ଏବଂ ତଥାକଥିତ ଅଭିବୃଦ୍ଧି ପଛରେ ଧାଇଁବା ଆବଶ୍ୟକ ପଡ଼ିବ ନାହିଁ। ବରଂ ଏହା ଏପରି ଏକ ଜୀବନଧାରା ଉପରେ ଗୁରୁତ୍ୱଦେବ, ଯାହା କି ପୃଥିବୀର ପ୍ରାକୃତିକ ସଂସାଧନକୁ ଅଣଲେଉଟା ଭାବେ ନିମ୍ନଗାମୀ ହେବାକୁ ଦେବନାହିଁ। ଅନ୍ୟପକ୍ଷରେ, ମଣିଷ ଏହାକୁ ଏପରି ବିନିଯୋଗ କରିବ ଯେ ପ୍ରକୃତି ତାକୁ ସହଜରେ ପୁନର୍ଭରଣ କରିପାରିବ। ଅତଏବ ‘ଧରିତ୍ରୀର ସାମର୍ଥ୍ୟ ଅତିକ୍ରାନ୍ତ ଦିବସ’ ଆଗକୁ ଆଗକୁ ଆସିବ ନାହିଁ ଏବଂ ପ୍ରକୃତି ମଣିଷର ଆବଶ୍ୟକତା ମେଣ୍ଟାଇବା ଲାଗି ସଂସାଧନ ଯୋଗାଇବାକୁ ସକ୍ଷମ ରହିବ। ଉଦାହରଣ ସ୍ବରୂପ, ମାଂସ ଉତ୍ପାଦନ ପରିସଂସ୍ଥୀୟ ଅପଚୟକାରୀ ହୋଇଥିବାରୁ ଯଦି ଆମେ ଅଧେ ଲୋକ ନିରାମିଷ ଭୋଜନ ପାଇଁ ସ୍ଥିର କରୁ ଏହା କିଛିଦିନ ପଛକୁ ଘୁଞ୍ଚତ୍ୟିବ। ଅନ୍ୟପକ୍ଷରେ, ସରକାରୀ ଓ ବେସରକାରୀ ଶିଳ୍ପସଂସ୍ଥା ଅଙ୍ଗାରକାମ୍ଳ ନିର୍ଗମନ ଅଧାଅଧି ହ୍ରାସ କରିବା ଦ୍ୱାରା ଏହାକୁ ପ୍ରତିବର୍ଷ ୩ମାସ ପର୍ଯ୍ୟନ୍ତ ପଛକୁ ନେଇଯିବା ସମ୍ଭବ ହୋଇପାରିବ। ଏହା ବ୍ୟତୀତ ସହରୀକରଣ, ଶିଳ୍ପାୟନ, ଅତ୍ୟଧିକ ଶକ୍ତି ବିନିଯୋଗ ତଥା ପରିସଂସ୍ଥା ଅନୁପଯୋଗୀ ଖାଦ୍ୟରୁ ବିରତ ରହିବା ଏଦିଗରେ ଆହୁରି ଅଧିକ ସହାୟକ ହେବ।
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri