Posted inଫୁରସତ

ଦ କ୍ୟାନ୍ସର ହବ୍‌

ଗୁଟଖା, ପାନ ଖାଇବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଏକଥା ଜାଣି ମଧ୍ୟ ଲୋକେ ଏହାକୁ ଖାଇଥାନ୍ତି। ଏହାକୁ ଖାଇ ନିଜ ସ୍ବାସ୍ଥ୍ୟ ଖରାପ କରିବା ସହ ଛେପ ପକାଇ ପରିବେଶକୁ ବି ଦୂଷିତ କରନ୍ତି। ଗୁଟ୍‌ଖା ବିକ୍ରି କରୁଥିବା ଲୋକଙ୍କର ବି କାହାର ସ୍ବାସ୍ଥ୍ୟ ପ୍ରତି ଚିନ୍ତା ନ ଥାଏ। ସେମାନେ ତ କେବଳ ବ୍ୟବସାୟ କରନ୍ତି। ଗୁଟ୍‌ଖା ବା କ୍ୟାନ୍ସର ବିକ୍ରି ହେଉଛି ସେମାନଙ୍କ ରୋଜଗାରର ମାଧ୍ୟମ। ତେବେ ସବୁ ଗୁଟ୍‌ଖା ଦୋକାନୀ କିନ୍ତୁ ସମାନ ନୁହନ୍ତି। ଏବେ ଏକ ଗୁଟଖା ଦୋକାନ ବେଶ୍‌ ଚର୍ଚ୍ଚିତ ଅଛି। ଦୋକାନର ବିଶେଷତ୍ୱ ହେଉଛି ଏହାର ନାମ। ଦୋକାନଟିର ନାମ ହେଉଛି ‘ ଦ କ୍ୟାନ୍ସର ହବ୍‌’। ଅର୍ଥାତ୍‌ ଏଠାରେ କ୍ୟାନ୍ସର ମିଳେ। ଏଇ ନାମରୁ ହିଁ ଜଣାପଡେ ଦୋକାନୀ ଜଣକ ବ୍ୟବସାୟ କରୁଛନ୍ତି ସତ, ହେଲେ ଗ୍ରାହକଙ୍କୁ ଗୁଟ୍‌ଖାର କୁପ୍ରଭାବ ବିଷୟରେ ସତର୍କ ବି କରାଉଛନ୍ତି। ଯେଉଁଥିରୁ ଦୋକାନୀଙ୍କ ମନୋଭାବ କେତେ ଉଚ୍ଚ ଜଣାପଡେ। ରାସ୍ତାକଡରେ ଥିବା ଏହି ଦୋକାନଟିରେ ବିଭିନ୍ନ ପ୍ରକାରର ପାନ ମସଲା, ଗୁଟଖା ପ୍ୟାକେଟ୍‌ ଟଙ୍ଗା ଯାଇଥିବା ଦେଖିବାକୁ ମିଳେ। ତା’ସହ ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଥିବା ଦୋକାନର ନାଁ କ୍ୟାନ୍ସର ହବ୍‌ ବି ଦେଖିବାକୁ ମିଳେ। ତେଣୁ ଗୁଟ୍‌ଖା କିଣିବାକୁ ଆସୁଥିବା ବ୍ୟକ୍ତି ଏହି ନାଁ ପଢି କିଛିଟା ସଚେତନ ହୋଇପାରିବେ। ଏଇ ଛୋଟିଆ ବ୍ୟବସାୟୀଙ୍କର ଏଭଳି କାର୍ଯ୍ୟ ଅନେକଙ୍କ ମନ ଜିଣିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri