ବାଇପାସ୍‌ ରାସ୍ତା କାମରେ ପୋତି ହେଉଛି କେନାଲ

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ,୩।୧ (ଜଗନ୍ନାଥ ଧଳ/କଳ୍ପତରୁ ନାୟକ) : କଟକ ଜଗତ୍‌ପୁରଠାରୁ ବାହାରିଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ବାଇପାସ୍‌ଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ ନୂତନ ବାଇପାସ୍‌ ରାସ୍ତା ନିର୍ମାଣ କାମ ଚାଲିଛି। କିନ୍ତୁ ଠିକାଦାର ବେଆଇନ ଭାବେ କେନାଲ ଭିତରୁ ଓ ପାଶର୍‌ବରୁ ଜେସିବିରେ ମାଟି ଉଠାଇ ରାସ୍ତା କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଫଳରେ କେନାଲ କେଉଁଠି ଖାଲୁଆ ହେଉଥିବା ବେଳେ କେଉଁ ସ୍ଥାନରେ ପୋତି ହେଉଛି, ଯାହାଦ୍ୱାରା ଜଳଧାରଣ କ୍ଷମତା ହ୍ରାସପାଇ ଉପରମୁଣ୍ଡ ଗୋବରୀ ସମ୍ପ୍ରସାରିତ କେନାଲ ସହ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲକୁ ଜଳସେଚନରେ ବାଧା ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି। ଫଳରେ ଏହି କେନାଲ ଉପରେ ନିର୍ଭର ଉତିକଣ ଭେଡ଼ା ସମେତ ପଟ୍ଟାମୁଣ୍ଡାଇର ଚାଷୀକୁଳ ପାଣି ବିନା ହଇରାଣ ହେବେ ବୋଲି ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ପ୍ରକାଶ କରିଛନ୍ତି। ତେବେ ଏ ନେଇ ବିଭାଗୀୟ ଠିକାଦାର ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ କେନାଲରେ ଜଳ ପରିଚାଳନା ଠିକ୍‌ ହେବାରେ ବାଧା ଉପୁଜୁଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା କେନାଲର ବାଇପାସ୍‌ଠାରୁ କଖାରୁଣୀ ପର୍ଯ୍ୟନ୍ତ ଦକ୍ଷିଣପାର୍ଶ୍ୱ ରାସ୍ତାକାମ ଚାଲୁଛି। ଏହି କାମର ଠିକାଦାର ବେଆଇନ ଭାବେ କେନାଲ ଭିତରୁ ଓ ପାଶର୍‌ବରୁ ଜେସିବିରେ ମାଟି ଉଠାଇ ରାସ୍ତା ଉଚ୍ଚା ଓ ଚଉଡ଼ା କରି ଚାଲିଛନ୍ତି। ରାସ୍ତା କାମରେ ବାହାରୁ ମାଟି ବାଲି ଆଣି ନିର୍ମାଣ କାର୍ଯ୍ୟ କରିବାକୁ ବୈଷୟିକ ନିର୍ଦ୍ଦେଶନାମା ଥିବାବେଳେ ଠିକାଦାର କେନାଲ ଖୋଳି ଯେନତେନ ପ୍ରକାରେ କାମ କରୁଥିବା ଅଭିଯୋଗ ହୋଇଛି। କୃଷକ ନେତା ବିଜୟ ଦାସ କହିଛନ୍ତି, ବାଇପାସ୍‌ ରାସ୍ତା ତିଆରି କାମ ଯୋଗୁ ପଟ୍ଟାମୁଣ୍ଡାଇ କେନାଲର କେତେକ ସ୍ଥାନ ପୋତି ହେବା ସହ କେତେଜାଗାରେ ଖାଲୁଆ ହେବାରେ ଲାଗିଛି। ଶତାଧିକ ଏକର ଚାଷ ଜମିକୁ ପାଣି ଯିବାରେ ବ୍ୟାଘାତ ସୃଷ୍ଟି ହେଉଛି। କୃଷକଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା କହୁଛନ୍ତି। କିନ୍ତୁ ଯେଉଁ କେନାଲ ପାଣି ଦ୍ୱାରା ଚାଷୀ ଚାଷ କାର୍ଯ୍ୟ କରୁଛନ୍ତି ସେହି କେନାଲ ଖୋଳା ପୋତା ହୋଇ ଭିତରକନିକାକୁ ଗମନାଗମନ ପାଇଁ ନୂତନ ବାଇପାସ୍‌ ରାସ୍ତା ନିର୍ମାଣ ଚାଲିଛି। କେନାଲର ଅଧିକାଂଶ ସ୍ଥାନ ଖୋଳା ହେବା, ପୋତା ହୋଇ ବନ୍ଧ ହେବା ଓ ପଙ୍କ ମାଟି ବ୍ୟବହାର କରାଯିବାରୁ କେନାଲଟି ସମ୍ପୂର୍ଣ୍ଣ ନଷ୍ଟଭ୍ର୍ରଷ୍ଟ ହୋଇଚାଲିଛି। ଫଳରେ ଧୀରେ ଧୀରେ କେନାଲ ସଙ୍କୁଚିତ ହେବା ସହ ପୋତି ହୋଇଯିବାରେ ଲାଗିଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଉତିକଣ ଅଞ୍ଚଳର ଶତାଧିକ ଚାଷୀଙ୍କ ପରିବାରଙ୍କ ପେଟକୁ ପୂର୍ତ୍ତ ବିଭାଗ ନାତ ମାରୁଛି ବୋଲି କୁଞ୍ଜ ବିହାରୀ ନାୟକ, ସୁରେନ୍ଦ୍ର ପରିଡ଼ା, ଦାଶରଥି ସାହୁ, ଅଜୟ ନାୟକ, ସୁଶାନ୍ତ ସାମଲ, ନରେଶ ଜେନା ପ୍ରମୁଖ ଅଞ୍ଚଳର ଶତାଧିକ ଚାଷୀ ଅଭିଯୋଗ ଆଣିଛନ୍ତି। ସାମାଜିକ କର୍ମୀ ପ୍ରତାପ ପାଢୀ କହିଛନ୍ତି, ବ୍ରିଟିଶ ଅମଳର ଏହି କେନାଲ ନୌବାଣିଜ୍ୟର ସ୍ବତନ୍ତ୍ର ପରିଚୟରେ ଆମଦାନୀଠାରୁ ରପ୍ତାନି ପର୍ଯ୍ୟନ୍ତ ସବୁ କିଛିର ମୁଖ୍ୟ ମାଧ୍ୟମ ଥିଲା। ଏହି କେନାଲ ଓ ଶାଖା ଅଞ୍ଚଳରେ ଥିବା ଜମି ଶସ୍ୟଶ୍ୟାମଳା ହୋଇଉଠୁଥିଲା। ଚାଷଜମିକୁ ଜଳଯୋଗାଣ ବ୍ୟବସ୍ଥା ସୁସଙ୍ଗଠିତ ଓ ସୁନିୟନ୍ତ୍ରିତ ହୋଇପାରିବା ନେଇ ୨୦୧୬ରେ ଦୁଇପାର୍ଶ୍ୱକୁ ପୋତାଯାଇ ଏହାର ଓସାରକୁ କମାଇ ଦିଆଯାଇଥିଲା। ହେଲେ ଏବେ ନୂତନ ବାଇପାସ୍‌ ରାସ୍ତା ନିର୍ମାଣ କରୁଥିବା ଠିକାଦାର ବେଆଇନ ଭାବେ କେନାଲରୁ କେଉଁଠି ମାଟି ଉଠାଇ ତ ଆଉ କେଉଁଠି ମାଟିକୁ ଗଦା କରି କାମ କରୁଛନ୍ତି। ଏବେ ଏହି କେନାଲର ଅଧିକାଂଶ ଜାଗାରେ କେଉଁଠି ଗାତ ହୋଇଛି ତ କେଉଁଠି ଉଚ୍ଚା ରାସ୍ତା ଭଳି ହୋଇରହିଛି। ଫଳରେ କେନାଲରେ ପାଣି ଆସିଲେ ଏବଂ ବର୍ଷା ହେଲେ ମାଟି ବୋହି କେନାଲ ଶଯ୍ୟା ପୋତି ହୋଇ ଜଳଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବ। ଫଳରେ ଚାଷ ଜମି ପଡ଼ିଆ ପଡ଼ିବା ଆଶଙ୍କା ପ୍ରକାଶ ପାଉଛି। ଏ ସମ୍ପର୍କରେ ଜଳସମ୍ପଦ ସହନିର୍ବାହୀ ଯନ୍ତ୍ରୀ ସାହୁଙ୍କୁ ପଚାରିବାରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚିଠି କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri