ଆବର୍ଜନାରେ ପୋତିହେବାକୁ ବସିିଛି କେନାଲ

କଣାସ,୪।୧(ସ୍ବ.ପ୍ର); କଣାସ ବ୍ଲକର କଣାସ କେନାଲ ଏବେ ଅଳିଆ ଆବର୍ଜନାରେ ପୋତିହେବାକୁ ବସିଲାଣି। ସ୍ଥାନୀୟ ବାସିନ୍ଦାଙ୍କ ସମେତ କଣାସ ହାଟର ବେପାରୀମାନେ ନିକଟସ୍ଥ ଏହି କେନାଲରେ ପଚାସଢ଼ା ପନିପରିବା ଓ ନାନା ପ୍ରକାର ଆବର୍ଜନା ପକାଉଛନ୍ତି। ଫଳରେ ଦୁର୍ଗନ୍ଧ ହେବା ସହ ମଶାବଂଶ ବୃଦ୍ଧି ପାଉଛି। ଅଳିଆ ଆବର୍ଜନା ସଫେଇ କରାଯାଉ ନ ଥିବାରୁ ତାହା ଦୀର୍ଘଦିନ ଧରି ପଡ଼ିରହି କେନାଲ ପୋତି ହେବାକୁ ବସିଛି। ଚାଷୀଙ୍କ ଜମିକୁ ଜଳ ଯୋଗାଇ ଦେବାକୁ ଜଳସେଚନ ବିଭାଗ ପକ୍ଷରୁ ଏହି କେନାଲ ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଏକପ୍ରକାର ଡଷ୍ଟବିନ୍‌ ପାଲଟିଲାଣି। ଏ ସମ୍ପର୍କରେ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ମକରା ବେହେରାଙ୍କୁ ପଚାରିବାରେ କହିଛନ୍ତି, ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରିଛି। ବ୍ୟବସାୟୀମାନଙ୍କୁ ମଧ୍ୟ ଏ ନେଇ ତାଗିଦ୍‌ କରାଯାଇଛି। ତେବେ ଅନେକେ ଏହାକୁ ମାନୁନାହାନ୍ତି। ତେଣୁ ଆଗାମୀ ଦିନରେ କଡ଼ା ପଦକ୍ଷେପ ନିଆଯିବ। ସେହିପରି କଣାସ ଜଳସେଚନ ବିଭାଗ କାର୍ଯ୍ୟାଳୟ ନିକଟ ବେଣାଗଁା ମାଇନର କେନାଲ ମଧ୍ୟ ଆବର୍ଜନାରେ ପୂରିଯିବାକୁ ବସିଲାଣି।