ସରିଲା ପ୍ରଚାର, ଏବେ ଗାଁ ନେତା ଭରସା

ନୂଆପଡ଼ା,୧୦ା୧୧(ସୁନିତ୍‌ ମିଶ୍ର):ନୂଆପଡ଼ା ଉପନିର୍ବାଚନ ଲାଗି ଚାଲିଥିବା ପ୍ରଚାର ରବିବାର ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବାକୁ ଥିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଲଗାଯାଇଥିବା କଟକଣା ମୁତାବକ ସବୁ ଦଳ ସେମାନଙ୍କ ପ୍ରଚାର ବନ୍ଦ କରିଛନ୍ତି। ଏହି ଆସନକୁ ନିଜ ଦଖଲରେ ନେବା ଲାଗି ରାଜ୍ୟର ୩ ପ୍ରମୁଖ ଦଳ ଭାଜପା,ବିଜେଡି ଓ କଂଗ୍ରେସର ମାଳମାଳ ନେତାକର୍ମୀ ୧ ମାସ ଧରି ପକାଇଥିବା ଡେରା ଶେଷରେ ଉଠାଇଛନ୍ତି। ଏଣିକି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯାଇଥିବା ନେତାମାନେ ଆଉ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନାହିଁ। ଏହାକୁ ନେଇ ସ୍ଥାନୀୟ ମହଲରେ ଚାଲିଥିବା ଚର୍ଚ୍ଚା ମୁତାବକ, ରବିବାର ରାତିରୁ ମଙ୍ଗଳବାର ଭୋଟ ପ୍ରକ୍ରିୟା ଆରମ୍ଭ ଯାଏ ଦେଖିବାକୁ ମିଳିବ ଅସଲି ଖେଳ। କାରଣ ଏବେ ପ୍ରାୟ ଦେଢ଼ ଦିନ ସ୍ଥାନୀୟ ଅଞ୍ଚଳର ପଞ୍ଚାୟତସ୍ତରୀୟ ନେତାମାନେ ହିଁ ଯାହା କିଛି ସେମାନଙ୍କ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଆସିବା ଲାଗି କାମ କରିବେ। ସ୍ଥାନୀୟ ମହଲରେ ଏବେ ଅନ୍ଧାରି ବିଜେ ବିଷୟକୁ ନେଇ ପ୍ରଚାର ଜୋର ଧରିବାରେ ଲାଗିଛି। ଏସବୁ ଭିତରେ ଅସାଧୁ କାରବାର ରୋକିବା ପାଇଁ ନିର୍ବାଚନ କମିଶନ ଓ ଜିଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି।
ଦିନେକାଳେ ନୂଆପଡ଼ା ଯାଇ ନ ଥିବା ଏବଂ ସ୍ଥାନୀୟ ଅଞ୍ଚଳରେ ବୁଲି ଲୋକଙ୍କ ଦୁଃଖ ସୁଖ ବୁଝି ନ ଥିବା ରାଜ୍ୟର ଅନେକ ନେତା ଉପନିର୍ବାଚନ ପରିସ୍ଥିତି ସୃଷ୍ଟି ହେବାରୁ ନିଜ ଦଳ ପାଇଁ ପ୍ରଚାର କରିବାକୁ ନୂଆପଡ଼ା ଆସିଥିଲେ। ୨୦୨୪ ନିର୍ବାଚନ ପରେ ରାଜ୍ୟ ରାଜନୀତିର ଦୃଶ୍ୟପଟ ବଦଳି ଥିବାରୁ ନିଜ ଦଳକୁ ଲୋକଙ୍କ ନଜରରେ ଆଗକୁ ନେବା ପାଇଁ ବହୁ ନେତା ନୂଆପଡ଼ା ଭୋଟରଙ୍କ ସହ ପ୍ରାୟ ମାସେ ବ୍ୟାପୀ ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଥିଲେ। ସେହି ନେତାମାନଙ୍କୁ ମିଳିଥିବା ଦାୟିତ୍ୱର ସମୟ ସରିଯିବା ପରେ ସେମାନେ ନିଜ କର୍ତ୍ତବ୍ୟ କେତେ ଭଲ ଭାବେ ତୁଲାଇ ପାରିଛନ୍ତି ସେକଥା ଆସନ୍ତା ୧୪ ତାରିଖ ଉପନିର୍ବାଚନ ଫଳ ବାହାରିବା ପରେ ସ୍ପଷ୍ଟ ହୋଇଯିବ। ଅନେକ ନେତା ଏବେ ନୂଆପଡ଼ା ଛାଡ଼ିବା ପରେ ଏହାର ପାଖାପାଖି ଜିଲାର ହେଡକ୍ୱାର୍ଟର୍ସରେ ଡେରା ପକାଇବା ସହ ମନିଟରିଂ କରି ଭୋଟର ଯେପରି ଏପାଖ ସେପାଖ ନ ହୁଅନ୍ତି ସେଥିପାଇଁ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି। ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ନେଇ ଚର୍ଚ୍ଚା ହେଉଥିବାବେଳେ ଭାଜପା,ବିଜେଡି ଓ କଂଗ୍ରେସ ନିଜର ପଞ୍ଚାୟତସ୍ତରର ନେତାମାନଙ୍କୁ ବାକି ସମୟ ଭଲ ଭାବେ ନିଜ ଅଞ୍ଚଳକୁ ଜଗିରଖିବା ପାଇଁ ବୁଝାଇ ଚାଲିଛନ୍ତି। ଏହି ଉପନିର୍ବାଚନରେ ରାଜ୍ୟର ୩ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଜିତିବା ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି। ପୂର୍ବରୁ ମଧ୍ୟ ପ୍ରକାଶ ପାଇଥିବା ଅନେକ ଚର୍ଚ୍ଚା ମୁତାବକ ପ୍ରଥମ ଥର ଶାସନ କ୍ଷମତାକୁ ଆସିଥିବା ଭାଜପା ପାଇଁ ଏହି ଉପନିର୍ବାଚନ ଏକପ୍ରକାର ଅଗ୍ନିପରୀକ୍ଷା ସଦୃଶ। କାରଣ ଏହି ଉପନିର୍ବାଚନରେ ବିଜୟୀ ହେଲେ ହିଁ ସରକାର ବିପକ୍ଷରେ ଜନମତ ନ ଥିବା ଏବଂ ବିଶ୍ୱାସ ବଢ଼ିଥିବା କଥା ଭାଜପା ରାଜ୍ୟବାସୀଙ୍କ ଆଗରେ ରଖିପାରିବ। ସେହିପରି ୨୪ ବର୍ଷ ପରେ ଶାସନରୁ ଯାଇଥିବା ବିଜେଡି ଯଦି ବିଜୟୀ ହୁଏ, ତେବେ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ତୁଟିଗଲାଣି ବୋଲି କହି ସେମାନେ ନିଜ ପୁରୁଣା ସ୍ଥିତିକୁ ଫେରିବାର ବାର୍ତ୍ତା ଦେବା ନେଇ ଏକ ବାଟ ଫିଟାଇ ପାରିବେ। ସମାନ ଭାବେ କଂଗ୍ରେସ ଯଦି ଉତ୍ତମ ପ୍ରଦର୍ଶନ କରିବାରେ ସଫଳ ହେଲା,ତେବେ ଦୀର୍ଘ ଦିନ ଧରି ପ୍ରତ୍ୟାଖ୍ୟାତ ହୋଇଥିବା ଏହି ଦଳ ପାଇଁ ଲୋକଙ୍କ ମନରେ ପରିବର୍ତ୍ତନ ହୋଇଛି ବୋଲି ଏକ ବାର୍ତ୍ତା ଯାଇପାରେ। ତେବେ ଗଲା ୨୫ ଦିନ ଧରି ଖବର ସଂଗ୍ରହ କରିବା ମଧ୍ୟରେ ଉପରୋକ୍ତ ବିଭିନ୍ନ ଦଳର ନେତାମାନଙ୍କ ସହ ଅନେକ ସମୟରେ ଆଲୋଚନା କରିବା ଭିତରେ ମିଳିଥିବା ଅନୁଭୂତି ଅନୁଯାୟୀ, ପଛୁଆ ଜିଲା ଭାବେ ପରିଚିତ ନୂଆପଡ଼ାର ଭୋଟରଙ୍କ ମାନସିକତା ଉପନିର୍ବାଚନ ଭୋଟିଂକୁ ନେଇ କିପରି ରହିଛି ତାହା କେହି ହେଲେ ଠିକ୍‌ ଭାବେ ଆକଳନ କରିପାରୁ ନାହାନ୍ତି। ତେବେ ବର୍ତ୍ତମାନ ସମୟରେ ସବୁ ଦଳର ସ୍ଥାନୀୟ ନେତାଙ୍କ କାର୍ଯ୍ୟକଳାପ ଓ ଜିଲା ପ୍ରଶାସନର କଟକଣା ଉପରେ ବିଶେଷ ଦୃଷ୍ଟି ରହିବ।
ଅନ୍ୟପଟେ ବିଜେଡି ଓ ଭାଜପାରୁ ଟିକେଟ ପାଇ ନ ଥିବା ଅନେକ ସ୍ଥାନୀୟ ନେତା ସେମାନଙ୍କ ଦଳର ନେତୃମଣ୍ଡଳୀମାନଙ୍କର ଉପସ୍ଥିତି କାରଣରୁ କିଛି ଏପାଖ ସେପାଖ କରିବାର ସୁଯୋଗ ପାଇପାରି ନ ଥିଲେ। ହେଲେ ଏବେ ଯେତେବେଳେ ବାହାରୁ ଆସିଥିବା ନେତାମାନେ ଚାଲିଗଲେଣି, ସେହି ସମୟରେ ଟିକେଟ ଆଶାୟୀ ଥିବା ସମସ୍ତ ଅସନ୍ତୁଷ୍ଟ ନେତା ସେମାନଙ୍କ କର୍ମୀମାନଙ୍କ ଜରିଆରେ ନିଜ ଅସନ୍ତୋଷ ଜାହିର କରିବାର ସୁଯୋଗକୁ କିପରି ବ୍ୟବହାର କରୁଛନ୍ତି ତାକୁ ନେଇ ସବୁ ଦଳ ଭିତରେ ଏକ ପ୍ରକାର ଭାଳେଣି ପଡ଼ିଥିବା ଶୁଣିବାକୁ ମିଳୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍‌, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୨: ସଂସଦ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଲଗାତାର ନବମ ବଜେଟ। ବଜେଟର ଏକ କପି…

Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧।୨: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

ଯେବେ ପାକିସ୍ତାନ ପିଏମ ଆଗତ କରିଥିଲେ ଭାରତର ବଜେଟ, ଦେଶରେ ପଡିଥିଲା ଚହଳ!

ନୂଆଦିଲ୍ଲୀ,୧।୨: ଭାରତୀୟ ଇତିହାସର ଏକ ଆକର୍ଷଣୀୟ ଘଟଣା ଯାହା ପ୍ରଥମ ଥର ପାଇଁ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ବଜେଟ ଉପସ୍ଥାପନ…

ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ

ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍‌ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ…

Budget 2026: ଅର୍ଥମନ୍ତ୍ରୀଙ୍କ ‘କର୍ତ୍ତବ୍ୟ ମନ୍ତ୍ର’; ଫୋକସରେ ଗରିବ, ଅବହେଳିତ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ଏହି ପ୍ରଥମ ବଜେଟରେ ସରକାର ଗରିବ,…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

Union Budget 2026-27: ଲୋକ ସଭାରେ ବଜେଟ ଭାଷଣ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରୁଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri