ସରିଲା ପ୍ରଚାର, ଏବେ ଗାଁ ନେତା ଭରସା

ନୂଆପଡ଼ା,୧୦ା୧୧(ସୁନିତ୍‌ ମିଶ୍ର):ନୂଆପଡ଼ା ଉପନିର୍ବାଚନ ଲାଗି ଚାଲିଥିବା ପ୍ରଚାର ରବିବାର ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବାକୁ ଥିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଲଗାଯାଇଥିବା କଟକଣା ମୁତାବକ ସବୁ ଦଳ ସେମାନଙ୍କ ପ୍ରଚାର ବନ୍ଦ କରିଛନ୍ତି। ଏହି ଆସନକୁ ନିଜ ଦଖଲରେ ନେବା ଲାଗି ରାଜ୍ୟର ୩ ପ୍ରମୁଖ ଦଳ ଭାଜପା,ବିଜେଡି ଓ କଂଗ୍ରେସର ମାଳମାଳ ନେତାକର୍ମୀ ୧ ମାସ ଧରି ପକାଇଥିବା ଡେରା ଶେଷରେ ଉଠାଇଛନ୍ତି। ଏଣିକି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯାଇଥିବା ନେତାମାନେ ଆଉ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନାହିଁ। ଏହାକୁ ନେଇ ସ୍ଥାନୀୟ ମହଲରେ ଚାଲିଥିବା ଚର୍ଚ୍ଚା ମୁତାବକ, ରବିବାର ରାତିରୁ ମଙ୍ଗଳବାର ଭୋଟ ପ୍ରକ୍ରିୟା ଆରମ୍ଭ ଯାଏ ଦେଖିବାକୁ ମିଳିବ ଅସଲି ଖେଳ। କାରଣ ଏବେ ପ୍ରାୟ ଦେଢ଼ ଦିନ ସ୍ଥାନୀୟ ଅଞ୍ଚଳର ପଞ୍ଚାୟତସ୍ତରୀୟ ନେତାମାନେ ହିଁ ଯାହା କିଛି ସେମାନଙ୍କ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଆସିବା ଲାଗି କାମ କରିବେ। ସ୍ଥାନୀୟ ମହଲରେ ଏବେ ଅନ୍ଧାରି ବିଜେ ବିଷୟକୁ ନେଇ ପ୍ରଚାର ଜୋର ଧରିବାରେ ଲାଗିଛି। ଏସବୁ ଭିତରେ ଅସାଧୁ କାରବାର ରୋକିବା ପାଇଁ ନିର୍ବାଚନ କମିଶନ ଓ ଜିଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି।
ଦିନେକାଳେ ନୂଆପଡ଼ା ଯାଇ ନ ଥିବା ଏବଂ ସ୍ଥାନୀୟ ଅଞ୍ଚଳରେ ବୁଲି ଲୋକଙ୍କ ଦୁଃଖ ସୁଖ ବୁଝି ନ ଥିବା ରାଜ୍ୟର ଅନେକ ନେତା ଉପନିର୍ବାଚନ ପରିସ୍ଥିତି ସୃଷ୍ଟି ହେବାରୁ ନିଜ ଦଳ ପାଇଁ ପ୍ରଚାର କରିବାକୁ ନୂଆପଡ଼ା ଆସିଥିଲେ। ୨୦୨୪ ନିର୍ବାଚନ ପରେ ରାଜ୍ୟ ରାଜନୀତିର ଦୃଶ୍ୟପଟ ବଦଳି ଥିବାରୁ ନିଜ ଦଳକୁ ଲୋକଙ୍କ ନଜରରେ ଆଗକୁ ନେବା ପାଇଁ ବହୁ ନେତା ନୂଆପଡ଼ା ଭୋଟରଙ୍କ ସହ ପ୍ରାୟ ମାସେ ବ୍ୟାପୀ ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଥିଲେ। ସେହି ନେତାମାନଙ୍କୁ ମିଳିଥିବା ଦାୟିତ୍ୱର ସମୟ ସରିଯିବା ପରେ ସେମାନେ ନିଜ କର୍ତ୍ତବ୍ୟ କେତେ ଭଲ ଭାବେ ତୁଲାଇ ପାରିଛନ୍ତି ସେକଥା ଆସନ୍ତା ୧୪ ତାରିଖ ଉପନିର୍ବାଚନ ଫଳ ବାହାରିବା ପରେ ସ୍ପଷ୍ଟ ହୋଇଯିବ। ଅନେକ ନେତା ଏବେ ନୂଆପଡ଼ା ଛାଡ଼ିବା ପରେ ଏହାର ପାଖାପାଖି ଜିଲାର ହେଡକ୍ୱାର୍ଟର୍ସରେ ଡେରା ପକାଇବା ସହ ମନିଟରିଂ କରି ଭୋଟର ଯେପରି ଏପାଖ ସେପାଖ ନ ହୁଅନ୍ତି ସେଥିପାଇଁ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି। ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ନେଇ ଚର୍ଚ୍ଚା ହେଉଥିବାବେଳେ ଭାଜପା,ବିଜେଡି ଓ କଂଗ୍ରେସ ନିଜର ପଞ୍ଚାୟତସ୍ତରର ନେତାମାନଙ୍କୁ ବାକି ସମୟ ଭଲ ଭାବେ ନିଜ ଅଞ୍ଚଳକୁ ଜଗିରଖିବା ପାଇଁ ବୁଝାଇ ଚାଲିଛନ୍ତି। ଏହି ଉପନିର୍ବାଚନରେ ରାଜ୍ୟର ୩ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଜିତିବା ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି। ପୂର୍ବରୁ ମଧ୍ୟ ପ୍ରକାଶ ପାଇଥିବା ଅନେକ ଚର୍ଚ୍ଚା ମୁତାବକ ପ୍ରଥମ ଥର ଶାସନ କ୍ଷମତାକୁ ଆସିଥିବା ଭାଜପା ପାଇଁ ଏହି ଉପନିର୍ବାଚନ ଏକପ୍ରକାର ଅଗ୍ନିପରୀକ୍ଷା ସଦୃଶ। କାରଣ ଏହି ଉପନିର୍ବାଚନରେ ବିଜୟୀ ହେଲେ ହିଁ ସରକାର ବିପକ୍ଷରେ ଜନମତ ନ ଥିବା ଏବଂ ବିଶ୍ୱାସ ବଢ଼ିଥିବା କଥା ଭାଜପା ରାଜ୍ୟବାସୀଙ୍କ ଆଗରେ ରଖିପାରିବ। ସେହିପରି ୨୪ ବର୍ଷ ପରେ ଶାସନରୁ ଯାଇଥିବା ବିଜେଡି ଯଦି ବିଜୟୀ ହୁଏ, ତେବେ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ତୁଟିଗଲାଣି ବୋଲି କହି ସେମାନେ ନିଜ ପୁରୁଣା ସ୍ଥିତିକୁ ଫେରିବାର ବାର୍ତ୍ତା ଦେବା ନେଇ ଏକ ବାଟ ଫିଟାଇ ପାରିବେ। ସମାନ ଭାବେ କଂଗ୍ରେସ ଯଦି ଉତ୍ତମ ପ୍ରଦର୍ଶନ କରିବାରେ ସଫଳ ହେଲା,ତେବେ ଦୀର୍ଘ ଦିନ ଧରି ପ୍ରତ୍ୟାଖ୍ୟାତ ହୋଇଥିବା ଏହି ଦଳ ପାଇଁ ଲୋକଙ୍କ ମନରେ ପରିବର୍ତ୍ତନ ହୋଇଛି ବୋଲି ଏକ ବାର୍ତ୍ତା ଯାଇପାରେ। ତେବେ ଗଲା ୨୫ ଦିନ ଧରି ଖବର ସଂଗ୍ରହ କରିବା ମଧ୍ୟରେ ଉପରୋକ୍ତ ବିଭିନ୍ନ ଦଳର ନେତାମାନଙ୍କ ସହ ଅନେକ ସମୟରେ ଆଲୋଚନା କରିବା ଭିତରେ ମିଳିଥିବା ଅନୁଭୂତି ଅନୁଯାୟୀ, ପଛୁଆ ଜିଲା ଭାବେ ପରିଚିତ ନୂଆପଡ଼ାର ଭୋଟରଙ୍କ ମାନସିକତା ଉପନିର୍ବାଚନ ଭୋଟିଂକୁ ନେଇ କିପରି ରହିଛି ତାହା କେହି ହେଲେ ଠିକ୍‌ ଭାବେ ଆକଳନ କରିପାରୁ ନାହାନ୍ତି। ତେବେ ବର୍ତ୍ତମାନ ସମୟରେ ସବୁ ଦଳର ସ୍ଥାନୀୟ ନେତାଙ୍କ କାର୍ଯ୍ୟକଳାପ ଓ ଜିଲା ପ୍ରଶାସନର କଟକଣା ଉପରେ ବିଶେଷ ଦୃଷ୍ଟି ରହିବ।
ଅନ୍ୟପଟେ ବିଜେଡି ଓ ଭାଜପାରୁ ଟିକେଟ ପାଇ ନ ଥିବା ଅନେକ ସ୍ଥାନୀୟ ନେତା ସେମାନଙ୍କ ଦଳର ନେତୃମଣ୍ଡଳୀମାନଙ୍କର ଉପସ୍ଥିତି କାରଣରୁ କିଛି ଏପାଖ ସେପାଖ କରିବାର ସୁଯୋଗ ପାଇପାରି ନ ଥିଲେ। ହେଲେ ଏବେ ଯେତେବେଳେ ବାହାରୁ ଆସିଥିବା ନେତାମାନେ ଚାଲିଗଲେଣି, ସେହି ସମୟରେ ଟିକେଟ ଆଶାୟୀ ଥିବା ସମସ୍ତ ଅସନ୍ତୁଷ୍ଟ ନେତା ସେମାନଙ୍କ କର୍ମୀମାନଙ୍କ ଜରିଆରେ ନିଜ ଅସନ୍ତୋଷ ଜାହିର କରିବାର ସୁଯୋଗକୁ କିପରି ବ୍ୟବହାର କରୁଛନ୍ତି ତାକୁ ନେଇ ସବୁ ଦଳ ଭିତରେ ଏକ ପ୍ରକାର ଭାଳେଣି ପଡ଼ିଥିବା ଶୁଣିବାକୁ ମିଳୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସୋମନାଥ ରଥ ଶିକ୍ଷାର ବିକାଶ କରିଥିଲେ, ଜଟିଳ ଶିକ୍ଷା ପ୍ରକ୍ରିୟାରୁ ବାହାରି ଆଗକୁ ବଢ଼ିବାକୁ ପଡିବ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧକ୍ଷ…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri